ଭଦ୍ରକ ପଦ୍ମପୁର ଗାଁରେ ବିଜୟ ଶୋଭାଯାତ୍ର ବେଳେ କମେଣ୍ଟ ମାରିବା ଘଟଣା: ପରାଜିତ ପ୍ରାର୍ଥୀନିଙ୍କର ମୃତ୍ୟୁ

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଅଭାବନୀୟ ଦୃଶ୍ୟ । ବିଜୟ ଶୋଭାଯାତ୍ର ବେଳେ କମେଣ୍ଟ ମାରିବା ଘଟଣାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରାଜିତ ପ୍ରାର୍ଥୀନିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଥିବା ସୂଚନା ମିଳିଛି । ତେବେ ପୂର୍ବରୁ ସ୍ୱାମୀ ମଧ୍ୟ ଆତ୍ମହତ୍ୟା କରିଥିଲେ ।

ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଚଳିତ ମାସ ୧୩ ତାରିଖ ଦିନ ବିଜୟୀ ପ୍ରାର୍ଥୀମାନେ ଶୋଭାଯାତ୍ର କରିବା ସମୟରେ ପଦ୍ମପୁର ପଞ୍ଚାୟତର ପରାଜିତ ସମିତି ସଭ୍ୟା ପ୍ରାର୍ଥୀନି ସୁମତି ପରିଡାଙ୍କ ସ୍ୱାମୀ ରମାକାନ୍ତଙ୍କୁ କେତେକ ଲୋକେ କମେଣ୍ଟ କରିଥିଲେ । ପରେ ଏହି ଘଟଣାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ପରେ ରମାକାନ୍ତ ମାନସିକ ଭାରସାମ୍ୟ ହରାଇ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ରମାକାନ୍ତଙ୍କୁ ଭଦ୍ରକ ମେଡିକାଲ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ସୁମତି ବିଷ ପିଇ ଦେଇଥିଲେ । ସୁମତିଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ଏବେ ରମାକାନ୍ତଙ୍କ ଦଶାହରେ ସ୍ତ୍ରୀ ସୁମତି ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଖବର ମିଳିବା ପରେ ଗାଁ ରେ ଶୋକର ଛାୟା ଖେଳି ଯାଇଛି ।

Related Posts