ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ଙ୍କୁ ମନାଇବା ପାଇଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପ୍ରୟାସ: ସୋନିଆଙ୍କୁ ଭେଟିଲେ ଜି୨୩ର ୫ ନେତା

5 ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ର ଶୋଚନୀୟ ପରାଜୟ କୁ ନେଇ ଗୋଷ୍ଟି କନ୍ଦଳ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ସକ୍ରିୟ ହୋଇଉଠିଛି ଜି-୨୩ । ସେପଟେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ଙ୍କୁ ମନାଇବା ପାଇଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଦଳର ଉଭୟ ନେତା ଆକ୍ଟିଭ୍ ହୋଇଯାଇଛନ୍ତି । ଗତ କିଛିଦିନ ଧରି ଚାଲିଥିବା ବିଚାର ବିମର୍ଶରେ କଂଗ୍ରେସର ଏହି ଗୋଷ୍ଠୀ ଥଣ୍ଡା ପଡୁଥିବା ନଜର ଆସିଛି । ସୂଚନାଯୋଗ୍ୟ, ଜି୨୩ ନେତା ଲଗାତର ଭାବେ କଂଗ୍ରେସ ନେତୃତ୍ୱ ପରିବର୍ତନ ପାଇଁ ଦାବି କରୁଛନ୍ତି ।

ରିପୋର୍ଟ ଅନୁସାରେ, ଜି୨୩ର ଅନେକ ନେତା ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ପହଁଚିଥିଲେ । ଆନନ୍ଦ ଶର୍ମା, ମନୀଷ ତିଓ୍ୱାରୀ, ବିବେକ ତନଖାଙ୍କ ସହ ଆଉ ଦୁଇ ନେତା ସୋନିଆଙ୍କୁ ଭେଟିବାକୁ ୧୦ ଜନପଥ ଯାଇଛନ୍ତି ।

ଏହାପୂର୍ବରୁ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ସୋନିଆଙ୍କୁ ଭେଟିଥିଲେ । ଏହି ସବୁ ନେତା ଜି୨୩ରେ ସାମିଲ ଅଛନ୍ତି । ତେବେ ଆଜାଦ ଓ ସୋନିଆଙ୍କ ବୈଠକ ପୂର୍ବରୁ ଆଜାଦ ଜି୨୩ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

ସୂଚନାଯୋଗ୍ୟ, ଜି୨୩ରେ ସନ୍ଦିପ ଦୀକ୍ଷିତ, ଶଶି ଥରୁର, ଭୁପିନ୍ଦର ହୁଡ୍ଡା, ଆନନ୍ଦ ଶର୍ମା, କପିଲ ସିବଲ, ମନୀଷ ତିଓ୍ୱାରୀ, ଅଖିଳେଶ ପ୍ରସାଦ, ପିଜେ କୁରିୟନ, ରାଜ ବ୍ବର ଓ ପୃଥ୍ୱୀରାଜ ଚୌହାଣ ଆଦି ସାମିଲ ଅଛନ୍ତି ।

Related Posts