ରାଜ୍ୟଗୋଷ୍ଠୀ କ୍ରୀଡା 2022: ବିନ୍ଦିୟାରାଣୀ ଦେବୀ ଆଣିଲେ ଭାରତ ପାଇଁ ରୂପା ପଦକ

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକୁଛନ୍ତି ଭାରତୀୟ ଖେଳାଳି । ଭାରତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିବାରେ ଲାଗିଛି ।ଏହାରି ମଧ୍ୟରେ ଭାରତ ଚତୁର୍ଥ ପଦକ ହାସଲ କରିଛି ।

ବିନ୍ଦିୟାରାଣୀ ଦେବୀ ମହିଳା ଭାରତ୍ତୋଳନ ୫୫ କିଲୋ ବର୍ଗରେ ଭାରତ ପାଇଁ ରୁପା ପଦକ ଜିତିଛନ୍ତି । ସେ ଭାରତ୍ତୋଳନ ବର୍ଗରେ ୮୬ ସ୍କୋର କରିଥିଲେ । ସେହିପରି କ୍ଲିନ୍ ଆଣ୍ଡ୍ ଜର୍କରେ ସେ ୧୧୬ ସ୍କୋର କରିଥିଲେ । ଫଳରେ ଉଭୟ ଉଭେଣ୍ଟରେ ମୋଟ୍ ୨୦୨ କେଜିର ସ୍କୋର କରିବା ପରେ ସେ ରୁପା ହାସଲ କରିଥିଲେ ।

ଭାରତ୍ତୋଳନରେ ରୁପା ଜିତିବା ପରେ ଦେବୀ ବହୁତ ଖୁସି ଥିବା ନଜର ଆସିଥିଲା । ସେ କହିଥିଲେ ଯେ, ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳୁଛନ୍ତି । ରୁପା ଜିତିବା ପରେ ଖୁସି ଲାଗୁଛି । ଏହା ଜୀବନର ଏକ ସୁନ୍ଦର ଦିନ । କିନ୍ତୁ ତାଙ୍କ ହାତରୁ ସୁନା ଖସି ଯାଇଥିଲା । ଆଗାମୀ ଥର ଆହୁରି ଅଧିକ ପରିଶ୍ରମ କରିବେ ବୋଲି ସେ କହିଛନ୍ତି ।

ସବୁଠାରୁ ଖାସ୍ କଥା ଏହେ ଯେ, ଭାରତକୁ ଚାରୋଟି ପଦକ ଭାରତ୍ତୋଳନରୁ ମିଳିଛି । ଏଠାରେ ଟୋକିଓ ଅଲମ୍ପିକର ରୁପା ବିଜୟିନୀ ମୀରାବାଇ ଚାନୁ ୪୯ ବର୍ଗରେ ସୁନା ଜିତିଥିଲେ । ସଙ୍କେତ ମହାଦେବ ଓ ଗୁରୁରାଜ ପୁଜାରୀ କ୍ରମଶଃ ରୁପା ଓ ବ୍ରୋଞ୍ଜ୍ ହାତେଇଥିଲେ ।

ବିଶ୍ୱ ଚାମ୍ପିଅନସିପରେ ଦେବୀଙ୍କ ଦମଦାର ପ୍ରଦର୍ଶନ

ବିନ୍ଦିୟାରାଣୀ ଦେବୀ ଗତବର୍ଷ ବିଶ୍ୱ ଚାମ୍ପିଅନସିପରେ ଦମଦାର୍ ପ୍ରଦର୍ଶନ କରିଥିଲେ । ସେ ସୁନା ହାସଲ କରିଥିଲେ । କିନ୍ତୁ ସ୍ମାଚରେ ସେ ଭଲ ପ୍ରଦର୍ଶନ କରିପାରିନଥିଲେ । ମୋଟ୍ ଉପରେ ସେ ଚାରି ନମ୍ବର ସ୍ଥାନରେ ରହିଥିଲେ । ସେହିପରି କ୍ଲିନ୍ ଆଣ୍ଡ ଜର୍କରେ ବିନ୍ଦିୟାରାଣୀ ଅଧିକ ଓଜନ ଉଠାଇବା ସହ ସୁନା ହାସଲ କରିଥିଲେ ।

Related Posts