ଗୁଜରାଟ ବଡୋଦରାରେ ସାମ୍ପ୍ରଦାୟିକ ହିଂସା: ପୂଜା ପେଣ୍ଡାଲ ଉପରକୁ ପଥରମାଡ, ୬ ଆହତ

ଅହମ୍ମଦାବାଦ: ପୂଜା ଅବସରରେ ସାମ୍ପ୍ରଦାୟିକ ହିଂସା । କିଛି ଅଳ୍ପସଂଖ୍ୟକ ସମୁଦାୟର ଲୋକେ ପୂଜା ପେଣ୍ଡାଲ ଉପରକୁ ପଥରମାଡ କରିଛନ୍ତି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଗୁଜରାଟ ବଡୋଦରାରେ ଘଟିଛି ଏଭଳି ଅଘଟଣ ।

ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ବଡୋଦରାର ଖେଡା ଉନ୍ଧଲା ଗାଁରେ ନବରାତ୍ରୀ ପୂଜା ବେଳେ ଧାର୍ମିକ ପତାକା ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାପରେ ପଥର ମାଡ ହୋଇଥିଲା। ଏଥିରେ ୬ ଜଣ ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ ଏବେ ୪୦ ଜଣଙ୍କୁ ଗିରଫ କରିଛି।

ବଡୋଦରା ପୁଲିସ ମୁତାବକ, ଆଗକୁ ମୁସଲମାନ ପର୍ବ ପାଖେଇ ଆସୁଛି। ଏଥିପାଇଁ ନିକଟରେ ଥିବା ଏକ ମନ୍ଦିର ସମ୍ମୁଖରେ ସ୍ଥାନୀୟ ଗୋଷ୍ଠୀ ସେମାନଙ୍କର ଧାର୍ମିକ ପତାକାକୁ ଇଲେକ୍ଟ୍ରୋନିକ୍ ପୋଲରେ ବାନ୍ଧି ରଖିଥିଲେ। ଏହାକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।’ ଭଡୋଦରା ପୁଲିସର କହିବାନୁସାରେ, ପାଟ୍ରୋଲିଂ ଚାଲିଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଉଭୟ ପକ୍ଷର ଅଭିଯୁକ୍ତଙ୍କୁ ଏଫଆଇଆର ରୁଜୁ କରିବା ପରେ ଗିରଫ କରାଯାଇଛି।

ଶାନ୍ତି ବଜାୟ ରଖିବା ପାଇଁ ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରାଥମିକ ତଦନ୍ତରୁ ଆରିଫ ଓ ଜହିର ନାମକଙ୍କୁ ଦୁଇ ଜଣ ବ୍ୟକ୍ତିଙ୍କ ନେତୃତ୍ୱରେ ହିଁ କିଛି ଲୋକେ ପରିସ୍ଥିତି ବିଗାଡିବା ପାଇଁ ଚେଷ୍ଟା କରିଥିବା ଜଣାପଡିଛି। ଏହି ଦୁଇ ଜଣଙ୍କୁ ପୁଲିସ ଅଟକ ରଖିଛି

Related Posts