ଦଳରେ ପୁରୁଣା ନେତାଙ୍କୁ ଅଣଦେଖା ଅଭିଯୋଗ; ୧୨ ସଦସ୍ୟଙ୍କ ଇସ୍ତଫା ପରେ ତେଲେଙ୍ଗାନା କଂଗ୍ରେସରେ ସଙ୍କଟ

ଭୁବନେଶ୍ୱର୧୯/୧୨(ସତ୍ୟପାଠ ବ୍ୟୁରୋ): ନିକଟରେ ଗଠନ କରାଯାଇଥିବା ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିରୁ (ପିସିସି) ପ୍ରାୟ ୧୨ଜଣ ସଦସ୍ୟ ରବିବାର ଦିନ ଇସ୍ତଫା ଦେଇଛନ୍ତି। ଏହାପରେ ତେଲେଙ୍ଗାନା କଂଗ୍ରେସରେ ସଙ୍କଟ ଦେଖାଯାଇଛି ।

ତେବେ ବାହାର ଦଳରୁ ଆସିଥିବା ନେତା କଂଗ୍ରେସରେ ମିଶି ବଡ଼ ପଦବୀ ପାଇଛନ୍ତି। ହେଲେ ଦଳରେ ପୁରୁଣା ନେତାଙ୍କୁ ଅଣଦେଖା କରାଯାଇଛି। ଏହି ଅଭିଯୋଗରେ ୧୨ ନେତା ଇସ୍ତଫା ଦେଇଥିବା ଅଭିଯୋଗ ହୋଇଛି।

ତେଲେଙ୍ଗାନାରେ ନୂଆ ନୂଆ ଗଠନ ହୋଇଥିବା ପ୍ରଦେଶ କଂଗ୍ରେସ କମିଟିର ହଠାତ୍ ଏତେ ପରିମାଣରେ ନେତା ଇସ୍ତଫା ଦେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ନେତାମାନେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ କେ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଏକଛାତ୍ରବାଦ ଶାସନ ଚଳାଉଛନ୍ତି। କେସିଆର୍‌କୁ ବିତାଡ଼ିତ କରିବା ପାଇଁ ଏକ ମଜଭୁତ ଲଢ଼େଇର ଆବଶ୍ୟକତା ରହିଛି।

ଇସ୍ଥଫା ଦେଇଥିବା ନେତାଙ୍କ ମଧ୍ୟରୁ ତେଲେଙ୍ଗାନା ବିଧାୟକ ସୀତାକ୍କା ମଧ୍ୟ ସାମିଲ ଅଛନ୍ତି। ସେହିପରି ଉତ୍ତମକୁମାର ରେଡ୍ଡୀଙ୍କ ଅଭିଯୋଗ କ୍ରମେ ୫୦ ପ୍ରତିଶତ ନୂଆ ପିସିସି ସଦସ୍ୟ ହୋଇଛନ୍ତି ଯେଉଁମାନେ ନିକଟରେ ଚନ୍ତ୍ରବାବୁ ନାଇଡୁଙ୍କ ପାର୍ଟି ତେଲଗୁ ଦେଶମ ପାର୍ଟିରୁ ଆସି ଯୋଗ ଦେଇଥିଲେ। ହେଲେ ଦଳରେ ଗତ ୬ ବର୍ଷ ହେଲା କାମ କରୁଥିବା ପୁରୁଣା ନେତାଙ୍କର କୌଣସି ମୂଲ୍ୟ ରହିଲା ନାହିଁ। ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Related Posts