ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ । ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୭ଡିଗ୍ରି ରେକର୍ଡ ହୋଇଛି । ସେହିଭଳି କିରେଇରେ ୮ଡିଗ୍ରି ଓ ଝାରସୁଗୁଡ଼ାରେ ୯.୨ ଡିଗ୍ରି ରେକର୍ଡ ହୋଇଥିବା ଜଣାଯାଇଛି । ସେହିପରି ଦ୍ଵେତ ନଗରୀର ରାତି ତାପମାତ୍ରା ୧୩ ଡିଗ୍ରିକୁ ଖସିଛି ।କଟକରେ ୧୩.୪ଡିଗ୍ରି ଓ ଭୁବନେଶ୍ୱରରେ ୧୩.୬ ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବ ବୋଲି ସୂଚନା ମିଳିଛି।
ତେବେ ସାରା ଓଡ଼ିଶାରେ ଶୀତର ପ୍ରକୋପ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅନ୍ୟପଟେ ରବିବାର ରାଜ୍ୟର ବିଭିନ୍ନ ସ୍ଥାନ ଯଥା କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
