ଜୟପୁର ପୌରାଧ୍ୟକ୍ଷରେ ବାଜି ମାରିଲା କଂଗ୍ରେସ; ସେପଟେ ଜୟପୁରରେ ଧର୍ମର ବିଜୟ ହୋଇଛି ବୋଲି କହିଲେ ତାରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୟପୁର ପୌରାଧ୍ୟକ୍ଷରେ ବାଜି ମାରିଲା କଂଗ୍ରେସ । ରାଜ୍ୟର ଅନେକ ଜିଲ୍ଲାମାନଙ୍କରେ ଶାସକ ବିଜେଡି ବାଜି ମାରୁଥିବାବେଳେ ପଞ୍ଜାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ଜୟପୁରରେ କଂଗ୍ରେସ ବିଜୟୀ ଲାଭ କରିଛି । ସେପଟେ କଂଗ୍ରେସ ବିଜୟୀ ହେବା ପରେ ଜୟପୁରବାସୀଙ୍କୁ ହାତଯୋଡ଼ି ଧନ୍ୟବାଦ ଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । କଂଗ୍ରେସ ପ୍ରାର୍ଥୀଙ୍କୁ ଜୟପୁର ଚେୟାରମ୍ୟାନ୍ ପଦରେ ବସାଇଥିବାରୁ ଜୟପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି କଂଗ୍ରେସର ହେଭିୱେଟ୍ ତାରା ବାହିନୀପତି ।

କେବଳ ଏତିକି ନୁହେଁ ବରଂ ହାତଯୋଡ଼ି କହିଲେ, ଏଥର ବିକାଶକୁ ମିଳିମିଶି ଆଗକୁ ଚଲାଇବା, ମୋର କଂଗ୍ରେସ ପ୍ରାର୍ଥୀ ନରେନ୍ଦ୍ର କୁମାର ମହାନ୍ତିଙ୍କୁ ୫ ହଜାରରୁ ଅଧିକ ଭୋଟରେ ବିଜୟୀ କରାଇଥିବାରୁ ମୁଁ ସାରାଦିନ ଆପଣଙ୍କ ପାଖରେ ଚିରଋଣୀ ହୋଇ ରହିଛି । ଏହା ମୋର ବିଜୟ ନୁହେଁ । ଏ ବିଜୟ ଧର୍ମର ଆଉ ଜୟପୁରବାସୀଙ୍କର ବିଜୟ । ତେଣୁ ଏଥର ଆମେ ଏହି ବିକାଶଧାରାକୁ ମିଳିମିଶି ଆଗକୁ ନେବା ଆଉ ଆପଣ ମାନଙ୍କ ଆଶୀର୍ବାଦ ଓ ଭଲପାଇବା ମୋ ପ୍ରତି ଏମିତି ରହିଥାଉ ବୋଲି ଭାବୁକ ହୋଇ କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts