ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ନୂଆପଡ଼ା ଏନଏସି ଅଧ୍ୟକ୍ଷ ହେଲେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ନୂଆପଡ଼ା ଏନଏସି ଅଧ୍ୟକ୍ଷ ହେଲେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ । ସ୍ବାଧିନ ପ୍ରାର୍ଥୀ ମହମ୍ମଦ ଆଦମ ୧,୨୬୭ ଭୋଟରେ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ନୂଆପଡା ଏନଏସିର ଅଧ୍ୟକ୍ଷ ଭାବରେ ଐତିହାସିକ ବିଜୟୀ ହୋଇଛନ୍ତି । ସେପଟେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ତଥା ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଏବଂ ଶାସକ ଦଳର ବିଜେଡି ପ୍ରାର୍ଥୀ କ୍ଷିତିଷ ଆଶୋକ ବୋଧଙ୍କରଙ୍କୁ ହରାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ । ନୂଆପଡା ଏନଏସିର ୧୪ ଗୋଟି ୱାର୍ଡ ମଧ୍ୟରୁ ଦୁଇଟି ୱାର୍ଡ କାଉନସିଲର ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ । ଫଳରେ ୧୨ ଗୋଟି ୱାର୍ଡ ପାଇଁ କାଉନସିଲର ଓ ୧୪ ଗୋଟି ୱାର୍ଡରେ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା ।

ସେଥିମଧ୍ୟରୁ କଂଗ୍ରେସ ଏବଂ ବିଜେପି ଗୋଟିଏ ଲେଖାଏଁ ୱାର୍ଡରେ ବିଜୟୀ ହୋଇଥିବା ବେଳେ ଚାରିଗୋଟି ୱାର୍ଡରେ ସ୍ବାଧିନ ପ୍ରାର୍ଥୀଙ୍କ ବିଜୟ ହୋଇଛି । ସେପଟେ ଅଠଗୋଟି ୱାର୍ଡରେ ବିଜୁ ଜନତା ଦଳର କାଉନସିଲର ବିଜୟୀ ହୋଇଥିବା ବେଳେ ନୂଆପଡା ଏନଏସିରେ ଅଧ୍ୟକ୍ଷ ପଦ ବିଜେଡିର ହାତଛଡା ହୋଇଛି । ବିଜେପି ଏବଂ ସ୍ବାଧିନ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ ଶେଷରେ ସ୍ବାଧିନ ପ୍ରାର୍ଥୀ ମହମ୍ମଦ ଆଦମ ବହୁ ମତରେ ବିଜୟୀ ହୋଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts