କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ଦଳୀୟ କାର୍ଯ୍ୟାଳୟରୁ ନାମାଙ୍କନ ପତ୍ର ସଂଗ୍ରହ କଲେ ଦିଗବିଜୟ ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବା ନେଇ ଏକପ୍ରକାର ନିଶ୍ଚିତ ହୋଇଛି। ଆସନ୍ତାକାଲି ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ଦିଗବିଜୟ ସିଂହ। ଏଥିପାଇଁ ଆଜି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ କାର୍ଯ୍ୟାଳୟରୁ ଦିଗବିଜୟ ନାମାଙ୍କନ ପତ୍ର ଫର୍ମ ସଂଗ୍ରହ କରି କହିଛନ୍ତି। ଏହି ଅବସରରେ ସେ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଘୋଷଣା କରିଛନ୍ତି ।

ଏହି ଅଧ୍ୟକ୍ଷ ନିର୍ବାଚନରେ ଦିଗବିଜୟ ସିଂହ ଓ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ବୋଲି ଚର୍ଚ୍ଚା ହେଉଛି। ଥରୁର ପୂର୍ବରୁ ନାମାଙ୍କନ ପତ୍ର ସଂଗ୍ରହ କରିଥିବା ବେଳେ ଆଜି ଦିଗବିଜୟ ନାମାଙ୍କନ ପତ୍ର ସଂଗ୍ରହ କରିଛନ୍ତି। ତେବେ ଆଜି ନାମାଙ୍କନ ପତ୍ର ସଂଗ୍ରହ କରିବା ପରେ ଦିଗବିଜୟ, ଥରୁରଙ୍କୁ ଭେଟିଛନ୍ତି। ଦୁଇ ନେତା ପରସ୍ପର କୁ ଆଲିଙ୍ଗନ କରି ଲଢେଇ ବନ୍ଧୁତ୍ବପୂର୍ଣ୍ଣ ହେବ ବୋଲି ଘୋଷଣା ମଧ୍ୟ କରିଛନ୍ତି।

ତେବେ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ ଦିଗବିଜୟ ନାମାଙ୍କନ ଭରିବାକୁ କହିଛନ୍ତି। ସେ ୧୦ ସେଟ୍ ନାମାଙ୍କନ ପତ୍ରର ଫର୍ମ ନେଇଛନ୍ତି। ସେହିଭଳି ଥରୁର ମଧ୍ୟ ଆସନ୍ତା କାଲି ନିଜ ନାମାଙ୍କନ ଦାଖଲ କରିବେ। ସେ ପୂର୍ବରୁ ୫ସେଟ୍ ନମାଙ୍କନ ପତ୍ର ସଂଗ୍ରହ କରିଛନ୍ତି।

Related Posts