ଏସ୍‌ସିଵି ମେଡିକାଲରେ ଉଦଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ, ଡିସେମ୍ବର ସୁଦ୍ଧା ହେବ ପ୍ରଥମ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ଏସ୍‌ସିଵି ମେଡିକାଲ କଲେଜରେ ଉଦଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ ଓ ଆଉଟଡୋର । ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନଵ କିଶୋର ଦାସ ଏହି ଟ୍ରାନ୍ସପ୍ଲାଣ୍ଟ ୟୁନିଟର ଉଦଘାଟନ କରିଛନ୍ତି। ଏଣିକି ଆକ୍ରାନ୍ତମାନେ ଟ୍ରାନ୍ସପ୍ଲାଣ୍ଟ ପାଇଁ ନୂଆ ଲିଭର ଟ୍ରାନ୍ସପ୍ଲାଣ୍ଟ ଆଉଟଡୋରରେ ପଞ୍ଜିକରଣ କରିପାରିବେ । ପ୍ରାୟ ଦଶ କୋଟି ଟଙ୍କା ଵ୍ୟୟରେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଏସ୍‌ସିଵିରେ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ।

ଆସନ୍ତା ଦୁଇ ମାସ ଭିତରେ ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିଵ ଵୋଲି ଵିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଲିଭର ଡୋନର ଓ ଯେଉଁମାନଙ୍କର ଟ୍ରାନ୍ସପ୍ଲାଣ୍ଟ ହେଵ ସେମାନେ ରେଜିଷ୍ଟ୍ରେସନ କରିସାରିଛନ୍ତି । ଡିସେମ୍ବର ସୁଦ୍ଧା ଟ୍ରାନ୍ସପ୍ଲାଣ୍ଟ ହେଵ ଵୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Related Posts