କଂଗ୍ରେସ ଘୋଷଣା କଲା ୬ ଲୋକସଭା ଏବଂ ୩୬ ବିଧାନସଭା ପାଇଁ ପ୍ରାର୍ଥୀ

ଜାଣନ୍ତୁ କିଏ କେଉଁଠୁ ପାଇଲେ ଟିକେଟ୍ ?

ବିଜେଡି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ କଂଗ୍ରେସ ମଧ୍ୟ ଏହି ଦୁଇ ପର୍ଯ୍ୟାୟ ପାଇଁ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ଯଥାକ୍ରମେ ୩୬ଟି ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ତାର ନାମାଙ୍କନ ପ୍ରାର୍ଥୀ ଘୋଷଣା କରଛି। ଓଡ଼ିଶାରେ ମୋଟ ୨୧ଟି ଲୋକସଭା ସିଟ୍ ରୁ କଂଗ୍ରେସ ଘୋଷଣା ୬ଟି ଲୋକସଭା କରିଛି ଯାହା ମଧ୍ୟରେ ୩ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଆସନ ରହିଛି। । ବରଗଡ଼ରୁ ପ୍ରଦୀପ କୁମାର ଦେବତାଙ୍କ ନାମ ରହିଥିବାବେଳେ ସୁନ୍ଦରଗଡ଼ରୁ ଜର୍ଜ ତୀର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ ଏବଂ ନବରଙ୍ଗପୁରରୁ ପ୍ରଦୀପ ମାଝିଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି କନ୍ଧମାଳ ଆସନରୁ ମନୋଜ କୁମାର ଆଚାର୍ଯ୍ୟ ଏବଂ ବ୍ରହ୍ମପୁର ଆସନ ପାଇଁ ଭି ଚନ୍ଦ୍ରଶେଖର ନାଇଡ଼ୁଙ୍କ ଚୟନ କାରାଯାଇଛି । ରାଜଗାଙ୍ଗପୁରରୁ ସିଏସ୍ ରଞ୍ଜନ, ବୀରମହାରାଜପୁରରୁ ବିନୋଦ କୁମାର ପାତ୍ର, ବଲାଙ୍ଗୀରରୁ ନରସିଂହ ମିଶ୍ର, ନୂଆପଡ଼ାରୁ ଘାସିରାମ ମାଝି ଏବଂ ଖରିଆରରୁ ଅଧିରାଜ ପାଣିଗ୍ରାହୀ ଲଢ଼ିବେ । ଭଞ୍ଜନଗରରୁ ସଞ୍ଜୟ କୁମାର ତ୍ରିପାଠୀ, ପୋଲସରା ପାଇଁ ହରିଚରଣ ସ୍ୱାଇଁ, କବିସୂର୍ଯ୍ୟନଗରରୁ ବିଜୟ କୁମାର ସାହୁ, ଆସ୍କାରୁ ମନୋଜ କୁମାର ଜେନା, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା ଏବଂ ହିଞ୍ଜିଳିରୁ ରାମକୃଷ୍ଣ ପଣ୍ଡାଙ୍କ ନାମ ସ୍ଥାନ ପାଇଛି। ସେହିଭଳି ଗୋପାଳପୁରରୁ ଏସ୍ ଧର୍ମରାଜ ରେଡ୍ଡୀ, ବ୍ରହ୍ମପୁରରୁ ଲିଙ୍ଗରାଜ ଚୌଧୁରୀ, ଦିଗପହଣ୍ଡିରୁ ବିସ୍ମୟା ମହାପାତ୍ର, ଚିକିଟିରୁ ସୁଭାଷ ଚନ୍ଦ୍ର ରାଉତ ଏବଂ ମୋହନାରୁ ଦାଶରଥୀ ଗୋମାଙ୍ଗଙ୍କ ନାମ ଘୋଷଣା କରାଯାଇଛି । ଝରିଗାଁରୁ ଉଲଧର ମାଝି, ନବରଙ୍ଗପୁରରୁ ସଦନ ନାୟକ, ଡାବୁଗାଁରୁ ଭୁଜବଳ ମାଝି, ଲାଞ୍ଜିଗଡ଼ରୁ ଶିବାଜୀ ମାଝି, ଧର୍ମଗଡ଼ରୁ ଦିଗମ୍ବର ଦୂରିଆ, ବାଲିଗୁଡ଼ାରୁ ସିମନ୍ ମଲ୍ଲିକ୍, ଫୁଲବାଣୀରୁ କିଶୋର ଚନ୍ଦ୍ର କହଁର, କଣ୍ଟାମାଳରୁ ପ୍ରଶାନ୍ତ ସାହୁ ଏବଂ ଦଶପଲ୍ଲାରୁ ପ୍ରଶାନ୍ତ କୁମାର ନାୟକଙ୍କ ନାମ ଘୋଷଣା କରାଯାଇଛି।

Related Posts