ବିଷାକ୍ତ ଛତୁ ହେଲା କାଳ, ଗୋଟିଏ ପରିବାରର ତିନି ଜଣ ଅସୁସ୍ଥ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ମିରିଗିଖୋଜି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଷାକ୍ତ ଛତୁ ଖାଇବା ଦ୍ୱାରା ଗୋଟିଏ ପରିବାରର ତିନି ଜଣ ଅସୁସ୍ଥ ହୋଇପଡିଛନ୍ତି । ଅବସ୍ତା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୂଖ୍ୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ବୃଦ୍ଧା ଅଛନ୍ତି । ବୃଦ୍ଧା ଜଣଙ୍କ ସକାଳେ ଜଙ୍ଗଲରୁ ଛତୁ ସଂଗ୍ରହ କରି ରୋଷେଇଇ କରିଥିଲେ ଯାହାକୁ ସେ ଓ ତାଙ୍କ ଦୁଇ ନାତୁଣୀ ଖାଇବା ପରେ ଅସୁସ୍ଥ ଅନୁଭବ କରିଥିଲେ । ପ୍ରଥମେ ସେମାନଙ୍କୁ ପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା ।

Related Posts