ଏବେ କ’ଣ କରିବେ ରୀତା ?

ଗୋଟିଏ ପଟେ ଅପବାଦ, ଅନ୍ୟ ପଟେ ବିଶ୍ୱାସଘାତକତାର ଶିକାର ହୋଇଥିବା ବିଜେପୁର ବିଧାୟିକା ରିତା ସାହୁ ଏବେ କଣ କରିବେ । ଗୋଟିଏ ଝଟକାରେ ନବୀନ ବାବୁ ତାଙ୍କ ରାଜନୈତିକ କ୍ୟାରିଅରକୁ ଚୁରମାର କରିଦେଲେ । ପଶ୍ଚିମ ଓଡ଼ିଶାର ବିକାଶର ପ୍ରହେଳିକା ସୃଷ୍ଟି କରି ଜଣେ ନିରୀହ ମହିଳାଙ୍କ ଅଧିକାର ଛଡେଇନେଲେ ନବୀନ ବାବୁ । ବିଜେପୁରରେ ସୁବଳ ସାହୁ ଜୀବିତ ଥିବାବେଳେ ନିଜ ବ୍ୟକ୍ତିଗତ ସଂଗଠନ ବଳରେ ବିଜେଡିକୁ ପାଣି ପିଆଇଦେଇଥିଲେ । ତାଙ୍କ ଜୀବଦ୍ଦଶାରେ ବିଜେପୁର ମାଟି ମାଡି ପାରୁନଥିବା ବିଜେଡି ସୁବଳଙ୍କ ଦେହାନ୍ତ ପରେ ରଚିଥିଲା ଷଡଯନ୍ତ୍ର । କଳେ ବଳେ କୌଶଳେ ରିତାଙ୍କୁ ବିଜେଡିରେ ମିଶେଇ ବିଜେପୁର ଗଡ ଜୟ କଲେ ନବୀନ । ଆଉ ଏବେ ନିଜର ଆଉ ଦଳ ସ୍ଥିତି ମଜବୁତ କରିବା ପାଇଁ ରୀତା ସାହୁଙ୍କୁ ବଳିପକେଇଦେଲେ । ମାତ୍ର ୮ ମାସର କ୍ଷମତା ଲଳିପପ ଧରେଇଦେଇ ନବୀନ ରିତାଙ୍କୁ ଚିତା କାଟିଦେଲେ । ଏମିତିକା ଘଟଣା ନୂଆ ନୁହେଁ । ନିଜର ସ୍ୱାର୍ଥ ସାଧନ ପରେ ନବୀନ ବାବୁ ନେତାମାନଙ୍କୁ ଅଳିଆ ଭାବି ଡଷ୍ଟବିନକୁ ଫୋପାଡ଼ି ଦେବାର ଅନେକ ନଜିର ରହିଛି । ତେବେ ମହିଳା ସଶକ୍ତିକରଣ ନେଇ ଗଳାଫଟା ଚିତ୍କାର କରୁଥିବା ଏବଂ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ଦେଇ ବାହାବା ଲୁଟୁଥିବା ନବୀନ ଜଣେ ବିଧବା ମହିଳାଙ୍କ ସହ ଏମିତି ଛଳନାକୁ ନେଇ ଲୋକେ ଛି ଛାକର ଆରମ୍ଭ କଲେଣି ।
ବିଜେଡିରେ ଯୋଗ ଦେବା ତାଙ୍କ ଜୀବନର ମସ୍ତବଡ଼ ଭୁଲ ଥିଲା, ଏବଂ ଏହାଦ୍ୱାରା ସେ ନିଜ ଦିବଂଗତ ସ୍ୱାମୀଙ୍କ ପ୍ରତି ଯେ ଅନ୍ୟାୟ କରିଛନ୍ତି, ନବୀନଙ୍କ ଚାଲାକିକୁ ଦେଖି ରୀତା ବୁଝିପାରୁଥିବେ ନିଶ୍ଚୟ ।

Related Posts