ଶେଷହେଲା କଂଗ୍ରେସର ଧାମନଗର ଉପନିର୍ବାଚନ କମିଟି ବୈଠକ, ଆସନ୍ତା କାଲି ଘୋଷଣା ହେବ ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶେଷହେଲା କଂଗ୍ରେସର ଧାମନଗର ଉପନିର୍ବାଚନ କମିଟି ବୈଠକ ।କଂଗ୍ରେସ ପ୍ରାର୍ଥୀଙ୍କ ନାମ ଆସନ୍ତାକାଲି ଘୋଷଣା ହେବ। ପଞ୍ଚାୟତ, ବ୍ଲକ୍ , ଏନଏସି ସ୍ତରରୁ ନାଁ ଆସିଛି । ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ହିଁ ପ୍ରାର୍ଥୀ ହେବେ । ବିଜୟ ହିଁ ଏକମାତ୍ର ଆଧାର । ଆମେ ଏକାଠି ଲଢେଇ କରିବୁ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

ତେବେ ଆଜିର ଏହି ବୈଠକରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରଶାଦ ହରିଚନ୍ଦନ, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକଙ୍କ ସହ ଭଦ୍ରକ ଜିଲ୍ଲା ସଭାପତି ସୁବ୍ରତ ଦାସ ମଧ୍ୟ ଉପସ୍ଥିତ ଥିଲେ । ତେବେ ବୈଠକରେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ନେଇ ନିଷ୍ପତ୍ତି ହୋଇଥିବାବେଳେ ପ୍ରାର୍ଥୀ ହେବାପାଇଁ ରେସରେ ଅଛନ୍ତି ଅନନ୍ତ ପ୍ରସାଦ ସେଠୀ ଓ ତାଙ୍କ ଝିଅ ।

ଅନ୍ୟପଟେ ବିଜେପି ଗତକାଲି ତାହାର ପ୍ରାର୍ଥୀ ଘୋଷଣା କରିସାରିଛି । ଦଳ ପକ୍ଷରୁ ଦିବଙ୍ଗତ ବିଷ୍ଣୁସେଠୀଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରାଯାଇଛି । ଅନ୍ୟପଟେ ୨୦୧୯ ରେ ହାରିଥିବା ଶାସକ ବିଜେଡି ପାଇଁ ଏବେ ଧାମନଗର ଚିନ୍ତା ବଢାଇ ଦେଇଛି । ଦଳରୁ ଏକାଧିକ ଆଶାୟୀ ଥିବାବେଳେ କାହାକୁ ଦଳ ପ୍ରାର୍ଥୀ କରିବ ତାକୁ ନେଇ ଦ୍ବନ୍ଦ୍ବ ପଡ଼ିଛି ।

Related Posts