‘କଂଗ୍ରେସର ଡିଏନ୍‌ଏ ପାକିସ୍ତାନ ସପକ୍ଷରେ ରହିଛି’: ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ସର୍ଜିକାଲ ଷ୍ଟ୍ରାଇକ୍‌ ଓ ପୁଲଓ୍ୱାମା ଆକ୍ରମଣକୁ ନେଇ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜୀ। ଦିଗବିଜୟଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଏହାରି ଭିତରେ ଦିଗ୍‌ବିଜୟ ସିଂହଙ୍କୁ ଟାର୍ଗେଟ୍‌ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। କଂଗ୍ରେସର ଡିଏନ୍‌ଏ ହିଁ ପାକିସ୍ତାନ ସପକ୍ଷରେ ରହିଛି। କଂଗ୍ରେସର ନେତାମାନେ କେତେବେଳେ ସର୍ଜିକାଲ ଷ୍ଟ୍ରଇକ୍‌କୁ ନେଇ ପ୍ରମାଣ ମାଗୁଛନ୍ତି ତ ଆଉ କେତେବେଳେ ଭଗବାନ ରାମଙ୍କ ଅସ୍ତିତ୍ୱ ଓ ରାମ ସେତୁକୁ ନେଇ ପ୍ରମାଣ ମାଗୁଛନ୍ତି ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି।

କଂଗ୍ରେସ ନେତାଙ୍କୁ ଟାର୍ଗେଟ କରି ଶିବରାଜ ସିଂହ ଆହୁରି କହିଛନ୍ତି ଯେ, ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଦିଗବିଜୟ ସିଂହ ଚାଲୁଛନ୍ତି। ଆଉ ଏତିକି ବେଳେ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ମଧ୍ୟ ମାଗୁଛନ୍ତି। ଏଭଳି ପ୍ରଶ୍ନ କରି ସେନାର ମନୋବଳକୁ ହ୍ରାସ କରିବା ଭଳି ସେ ପାପ କରୁଛନ୍ତି। ସେ ପାକିସ୍ତାନ ସହ ଠିଆ ହୋଇଥିବା ପ୍ରମାଣିତ କରୁଛନ୍ତି । ଏହା କେମିତିକା ଭାରତ ଯୋଡୋ ଯାତ୍ରା ବୋଲି ଶିବରାଜ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖେଯାଗ୍ୟ ଯେ, ସୋମବାର ଜମ୍ମୁରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏଥିରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ସାମିଲ ହୋଇଥିଲେ। ସେ ଏହି ସମୟରେ ସର୍ଜିକାଲ ଷ୍ଟ୍ରାଇକ୍‌ ଉପେର ପ୍ରମାଣ ମାଗିଥିଲେ। ଏଥିସହ ବିଜେପି ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ମିଛ ପ୍ରଚାର କରୁଥିବା ଅଭିଯୋଗ ଆଣିଥିଲେ।

Related Posts