ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରୀୟ ବାଲ୍ ପୁରସ୍କାର-୨୦୨୩ ପ୍ରଦାନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଚଳିତ ବର୍ଷ କଳା ଓ ସଂସ୍କୃତି କ୍ଷେତ୍ରରେ ୪ ଜଣ, କ୍ରୀଡ଼ା ପାଇଁ ୩ ଜଣ, ନବସୃଜନ ପାଇଁ ୨ ଜଣ, ସମାଜସେବା ଏବଂ ବୀରତ୍ବ କ୍ଷେତ୍ରରେ ଜଣେ ଲେଖାଏଁ ପୁରସ୍କୃତ ହୋଇଛନ୍ତି।

ସୋମବାର ଦିନ ରାଷ୍ଟ୍ରପତି ସମ୍ଭବଙ୍କ ସମେତ ଦେଶର ୧୧ ଜଣ ବାଳକ ଓ ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୩ରେ ପୁରସ୍କୃତ କରିଥିଲେ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି, ମେଡାଲ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପୁରସ୍କୁତ ୧୧ ଜଣ ବାଳକ ବାଳିକା ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ।

ସୋମବାର ବିଜ୍ଞାନ ଭବନରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ, କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Related Posts