କାକଟପୁର ଆସନରୁ ବିଶ୍ବଭୂଷଣଙ୍କୁ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୩୦/୪(ସତ୍ୟପାଠ ବ୍ୟୁରୋ):   କାକଟପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ବଭୂଷଣ ଦାସଙ୍କୁ କଂଗ୍ରେସ କାକଟପୁର ବିଧାନସଭା ପ୍ରାର୍ଥୀ କରିଛି । କିଛି ଦିନ ତଳେ ବିଶ୍ବଭୂଷଣ ଟିକେଟ ଆଶାରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ ବିଜେପି ବାଇଧର ମଲ୍ଲିକଙ୍କୁ କାକଟପୁର ବିଧାନସଭା ଆସନ ପାଇଁ ଟିକେଟ ଦେବା ପରେ ତାଙ୍କର ଆଶା ମଉଳିଯାଇଥିଲା ।

ସେ ପୁଣି କଂଗ୍ରେସକୁ ଫେରିଥିଲେ । ସେ ୨୦୦୯ରେ କଂଗ୍ରେସରୁ ଟିକେଟ ପାଇଁ ନିର୍ବାଚନ ଲଢି ବିଜେଡିକୁ କଡା ଟକ୍କର ଦେଇଥିଲେ । ୨୦୧୪ରେ କଂଗ୍ରେସ ତାଙ୍କ ବଦଳରେ ରବୀନ୍ଦ୍ର କୁମାର ସେଠୀଙ୍କୁ ଟିକେଟ ଦେବା ପରେ ଅଭିମାନ କରିଥିଲେ ବିଶ୍ବ ଭୂଷଣ । ତେବେ ଚଳିତ ନିର୍ବାଚନରେ କିଛି ନିର୍ଦ୍ଧାରିତ ନହେବାରୁ ସେ ଟିକେଟ ପାଇଁ ଦଳବଦଳ କରିସାରିବା ପରେ ଶେଷରେ କଂଗ୍ରେସରୁ ଟିକେଟ୍ ପାଇଛନ୍ତି ।

Related Posts