ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ

ଚଣ୍ଡୀଗଡ଼: ହସ୍ପିଟାଲ ରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ସୋମବାର ସ୍ୱାସ୍ଥ୍ୟାବସ୍ତା ବିଗିଡ଼ିବାରୁ ତାଙ୍କୁ ପିଜିଆଇଏମଇଆର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତମାନ ରୋଡ୍‌ ରେଜ୍‌ ମାମଲାରେ ପଟିଆଲା କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଭାବେ ଜୀବନ ଅତିବାହିତ କରୁଛନ୍ତି।

ସୂଚନା ମୁତାବକ ଲିଭର ସମସ୍ୟା ପାଇଁ ସିଦ୍ଧୁଙ୍କୁ ଚଣ୍ଡିଗଡ଼ ପୋଷ୍ଟ ଗ୍ରାଜୁଏଟ ଇନିଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଏବେ ସିଦ୍ଧୁଙ୍କର ସ୍ୱାସ୍ଥ୍ୟର ପରୀକ୍ଷା ନିରିକ୍ଷା କରୁଛନ୍ତି। ଉଲ୍ଲେଖଯୋଗ୍ୟଯେ, ୧୯୮୮ ମସିହାର ରୋଡ ରେଜ୍‌ ମାମଲାରେ ଅଦାଲତ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଚଳିତବର୍ଷ ମେ ୨୦ରେ ଅଦାଲତରେ ଆତ୍ମସମର୍ପଣ କରିଥିଲେ।ପରେ ତାଙ୍କୁ ପଟିଆଲା କେନ୍ଦ୍ରୀୟ କାରାଗାରକୁ ପଠାଇ ଦିଆଯାଇଥିଲା ।

ଗତ ଦୁଇ ସପ୍ତାହ ପୂର୍ବରୁ ସିଦ୍ଧୁଙ୍କ ସ୍ୱାସ୍ଥ୍ୟାବସ୍ତା ପରୀକ୍ଷା କରିବା ପାଇଁ ପଟିଆଲାର ରାଜିନ୍ଦର ଡାକ୍ତରଖାନାକୁ ନିଆ ଯାଇଥିଲା। ସିଦ୍ଧୁଙ୍କ ଓକିଲ ଏଚପିସି ବର୍ମାଙ୍କ ଅନୁସାରେ ସିଦ୍ଧୁ କାରାଗାରରେ ବିଶେଷ ଖାଦ୍ୟ ଖାଇବା ପାଇଁ ଅଦାଲତରେ ଆବେଦନ କରିଥିଲେ। ସେ କହିଥିଲେଯେ ସିଦ୍ଧୁ ଗହମ, ଚିନି, ମଇଦା, ଭଳି ଖାଦ୍ୟ ଖାଆନ୍ତି ନାହିଁ। ବର୍ମାଙ୍କ ଅନୁସାରେ ସିଦ୍ଧୁ ଜାମୁ, ଅମୃତଭଣ୍ଡା, ଅମୃଦ, ଡବଲ ଟୋନ୍ଡ ଖିର ଖାଇପାରିବେ। ଯେଉଁ ଖାଦ୍ୟରେ କାର୍ବୋହାଇଟ୍ରେଡ୍‌ ଓ ଫାଇବର ନଥିବ ସିଦ୍ଧୁ କେବଳ ସେହି ଖାଦ୍ୟ ଖାଇବେ ସେ କହିଥିଲେ।

ସୂଚନାଅନୁସାରେ, ସିଦ୍ଧୁ ଏମ୍ୱୋଲିଜିମ୍‌ ନାମକ ରୋଗରେ ପୀଡ଼ିତ ଅଛନ୍ତି। ଏହା ସହିତ ତାଙ୍କର ଲିଭର ସମସ୍ୟା ମଧ୍ୟ ରହିଛି। ସିଦ୍ଧୁ ୨୦୧୫ ମସିହାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଏକ୍ୟୁଟ ଡିପ୍‌ ବେନ୍‌ ଥ୍ରୋମ୍ୱୋସିସ୍‌ (ଡିବିଟି) ନାମକ ରୋଗର ଚିକିତ୍ସା କରାଇଥିଲେ। ଡିବିଟି ଏପରି ଏକ ରୋଗ ଯେଉଁଥିରେ ଶରୀର ଶିରା ପ୍ରସିରାରେ ରକ୍ତ ଜମାଟ ହୋଇଯାଏ ଓ ରକ୍ତ ଚଳପ୍ରଚଳରେ ଅସୁବିଧା ହୋଇଥାଏ ।

Related Posts