ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୧୦ଟି ପ୍ରଶ୍ନ କରିଛନ୍ତି।
ଫେସ୍ବୁକରେ ପୋଷ୍ଟ କରି ମୋଦୀଙ୍କୁ ରାଜା ବୋଲି ବ୍ୟାଙ୍ଗ କରି ରାହୁଲ କହିଛନ୍ତି ଯେ କଂଗ୍ରେସକୁ ଧମକ ଦେଇ ଆପଣ ଉତ୍ତରଦାୟୀତ୍ୱରୁ ମୁକୁଳିପାରିବେ ନାହିଁ। ଆମେ କଂଗ୍ରେସୀ ଲୋକମାନଙ୍କର ସ୍ୱର ହୋଇ ନିୟମିତ ପ୍ରଶ୍ନ ଉଠାଇବୁ ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ଏକଛାତ୍ରବାଦୀ ଶାସକ କହିବା ସହ ପ୍ରଶ୍ନ କଲେ ସେ ରାଗିଯାଉଛନ୍ତି। ୫୭ ସାଂସଦଙ୍କୁ ଗିରଫ କରିବା ସହ ୨୩ଙ୍କୁ ନିଲମ୍ବିତ କରାଯିବା ନେଇ ପ୍ରଶ୍ନ କରିବା ପରେ ସେ ରାଗିଯାଉଛନ୍ତି ବୋଲି ରାହୁଲ କହିଛନ୍ତି। ଏନେଇ ସେ ମୋଦୀଙ୍କୁ ୧୦ଟି ପ୍ରଶ୍ନ କରିଛନ୍ତି।
ରାହୁଲ କଣ ପ୍ରଶ୍ନ କରିଛନ୍ତି ?
୧. ଗତ ୪୫ ବର୍ଷରେ ଆଜି ଦେଶରେ ବେକାରୀ ସଂଖ୍ୟା ସର୍ବାଧିକ କାହିଁକି ? ପ୍ରତ୍ୟେକ ବର୍ଷ ୨ କୋଟି ଚାକିରି ଦେବାର ପ୍ରତିଶ୍ରୁତିର କଣ ହେଲା?
- ଦହି ଓ ନିତିଦିନିଆ ଖାଦ୍ୟରେ ଜିଏସ୍ଟି ଲଗାଇ କାହିଁକି ଗରିବର ରୁଟି ଛଡ଼ାଇ ନେଉଛ ?
- ଖାଇବା ତେଲ, ପେଟ୍ରୋଲ ଓ ଡିଜେଲ୍ ଏବଂ ସିଲିଣ୍ଡରର ମୂଲ୍ୟ ଆକାଶ ଛୁଆଁ। ଲୋକେ କେବେ ମୁକ୍ତି ପାଇବେ?
୪. କାହିଁକି ରୁପିର ମୂଲ୍ୟ ଡଲାର ତୁଳନାରେ ୮୦ ଟଙ୍କା ଛୁଇଁଲା
୫.ଦୁଇ ବର୍ଷ ହେଲା ସେନାରେ ନିଯୁକ୍ତି ନହେବା ପରେ ସରକାର ଅଗ୍ନିପଥ ଯୋଜନା ଆଣିଲେ। କାହିଁକି ଯୁବ ଗୋଷ୍ଠୀଙ୍କୁ ୪ ବର୍ଷ ପାଇଁ ଅଗ୍ନିବୀର ହେବାକୁ ବାଧ୍ୟ କରାଯିବ?
୬. ଚାଇନିଜ୍ ଆର୍ମି ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଆମ ସୀମା ଭିତରେ ପଶିଆସିଛନ୍ତି, ଆପଣ କଣ କରୁଛନ୍ତି ?
୭. ଫସଲ ବୀମା ବିମା କମ୍ପାନୀଗୁଡ଼ିକର ଆୟ ଦୁଇଗଣିତ କରିଦେଲା ହେଲେ ୨୦୨୨ ସୁଧା କୃଷକଙ୍କ ଆୟ ବୃଦ୍ଧି କରିବା ପ୍ରତିଶ୍ରୁତି ଉପରେ ନିରବ କାହିଁକି? ୮. ସଠିକ ଏମ୍ଏସ୍ପି ନେଇ କୃଷକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା? କୃଷକ ଆନ୍ଦୋଳନରେ ସହିଦ ହୋଇଥିବା କୃଷକଙ୍କୁ କ୍ଷତିପୂରଣ କାହିଁ?
୯. ବରିଷ୍ଠ ନାଗରିକଙ୍କ ପାଇଁ ୬୦ ପ୍ରତିଶତ ଡିସ୍କାଉଣ୍ଟ କାହିଁକି ବନ୍ଦ କରାଗଲା?
୧୦. ୨୦୧୪ରେ କେନ୍ଦ୍ର ସରକାରଙ୍କର ଋଣ ୫୬ ଲକ୍ଷ କୋଟି ଥିଲା। ବର୍ତ୍ତମାନ ଏହା ବଢ଼ି ୧୩୯ ଲକ୍ଷ କୋଟି ହେଲା ? ଏବଂ ମାର୍ଚ୍ଚ ୨୦୨୩ରେ ଏହା ୧୫୬ ଲକ୍ଷ କୋଟି ହୋଇଯିବ, କାହିଁକି ଦେଶକୁ ଋଣ ଭିତେର ବୁଡ଼ାଉଛ ?