ରାହୁଲଙ୍କ ଅପେକ୍ଷା ଦଳର ସଭାପତି ପଦ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ପସନ୍ଦ କରୁଛନ୍ତି କଂଗ୍ରେସର ନେତାମାନେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାହୁଲଙ୍କ ଅପେକ୍ଷା ଦଳର ସଭାପତି ପଦ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ପସନ୍ଦ କରୁଛନ୍ତି କଂଗ୍ରେସ ନେତା । ଏପରିକି ପ୍ରିୟଙ୍କା ଗାନ୍ଧୀଙ୍କୁ ହିଁ ଦଳର ସଭାପତି କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ରାଜସ୍ଥାନ ଉଦୟପୁର କଂଗ୍ରେସ ଆୟୋଜନ କରିଥିବା ୩ଦିନିଆ ଚିନ୍ତନ ଶିବିରରେ ଦଳର ଅନେକ ନେତା ସଭାପତି ପଦ ପାଇଁ ପ୍ରିୟଙ୍କାଙ୍କୁ ବାଛିଥିବା ଶୁଣିବାକୁ ମିଳୁଛି। ଶନିବାର ଚିନ୍ତନ ଶିବିର ବୈଠକରେ ଦଳର ନେତା ଆଚାର୍ୟ୍ୟ ପ୍ରମୋଦ କ୍ରିଷ୍ଣମ୍ ଦଳର ସଭାପତି ପଦ ପାଇଁ ପ୍ରିୟଙ୍କାଙ୍କ ନା ସୁପାରିଶ କରିଛନ୍ତି।

ପ୍ରିୟଙ୍କା ବର୍ତ୍ତମାନ ଦଳର ଅଧିକ ଲୋକପ୍ରିୟ ଚେହେରା। ତେଣୁ ତାଙ୍କୁ ଦଳର ସଭାପତି କରାଯିବ ଦରକାର ବୋଲି ପ୍ରମୋଦ କ୍ରିଷ୍ଣମ କହିଛନ୍ତି। ଏନେଇ ସେ କହିଛନ୍ତି ” ଦୁଇ ବର୍ଷ ହେଲା ରାହୁଲ ଗାନ୍ଧୀଙ୍କୁ ମନାଇବାକୁ ଚେଷ୍ଟା କରାଯାଉଛି। ଯଦି ରାଜି ହେଉ ନାହାନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳର ସଭାପତି କରାଯିବା ଦରକାର ବୋଲି ପ୍ରମୋଦ କ୍ରିଷ୍ଣା କହିଛନ୍ତି।” ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ଏପରି କହିଛନ୍ତି ପ୍ରମୋଦ।

Related Posts