ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ – “ସବ୍‌କା ସାର୍, ସବ୍‌କା ବିକାଶ, ସବକା ପ୍ରୟାସ କିନ୍ତୁ ଆପଣଙ୍କର ସବ୍ ବକୱାସ୍‌”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ୭୫ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍ କିଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ନେଇ କଟାକ୍ଷ କଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏବଂ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା। ବରିଷ୍ଠ କଂଗ୍ରେସ ସାଂସଦ ଜୟରାମ ରମେଶ ଲାଲ୍ କିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ବକୱାସ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ” ସବକା ସାଥ୍, ସବକା ବିକାଶ, ସବକା ପ୍ରୟାସ ” ନାରା ଦେଇଥିଲେ। ଏହାର କାଉଣ୍ଟରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ଟ୍ବିଟ୍ କରି କହିଛନ୍ତି ” ସବକା ସାଥ୍, ସବକା ବିକାଶ, ସବକା ପ୍ରୟାସ ଆଉ ଆପଣଙ୍କର ସବ୍‌ ବକୱାସ। ” ସେହିପରି କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା କହିଛନ୍ତି ଯେ ବର୍ତ୍ତମାନ ତ ପୁରୁଣା ଜୁମ୍ଲା କୁ ବି ଛାଡ଼ିବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ” ଆମର ସ୍ୱପ୍ନର ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ସାବକା ସାଥ, ସାବକା ବିକାଶ, ସାବକା ବିଶ୍ୱାସ ଏବଂ ବର୍ତ୍ତମାନ ‘ସବକା  ପ୍ରୟାସ ଗୁରୁତ୍ୱପୂର୍ଣ୍ଣ । ଆମର ଲକ୍ଷ୍ୟ ହେଉଛି ଏମିତି ଏକ ରାଷ୍ଟ୍ର ନିର୍ମାଣ କରିବା ଯେଉଁଠାରେ “କେବଳ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ନୁହେଁ ବରଂ ସର୍ବନିମ୍ନ ସରକାର, ସର୍ବାଧିକ ଶାସନ’ ମନ୍ତ୍ର ସହିତ ଆଗକୁ ବଢ଼ିବାକୁ ହେବ। “

ପିଏମ ମୋଦୀଙ୍କ ଏହି ଅଭିଭାଷଣ ପରେ କଂଗ୍ରେସ ପ୍ରବକ୍ତା ସୁରଜେୱାଲା ଏକ ଭିଡିଓ କ୍ଲିପ୍ ସେୟାର କରି କହିଛନ୍ତି ୧୫ ଅଗଷ୍ଟ ୨୦୧୯ ରେ ଦିଆଯାଇଥିବା ଭାଷଣ ଏବଂ ଆଜି ଦିଆଯାଇଥିବା ଭାଷଣରୁ କିଛି ଅଂଶ ଦେଖାନ୍ତୁ। ସେ ଦାବି କରିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିବା ୧୦୦ ଲକ୍ଷ କୋଟି ଟଙ୍କା ଯୋଜନା ୨୦୧୯ ରେ ମଧ୍ୟ ଘୋଷଣା କରିଥିଲେ। ଅନ୍ୟ ଏକ ଟୁଇଟ୍‌ରେ ସୁରଜେୱାଲା କହିଛନ୍ତି, ନମ୍ବରଜୀବୀ ଜୀ, ୧୫ ଅଗଷ୍ଟ, ୨୦୧୯କୁ ଦୁଇ ବର୍ଷ ବିତିଗଲାଣି। ୧୦୦ ଲକ୍ଷ କୋଟି ସଂଖ୍ୟା ତ ବଦଳାଇଥାନ୍ତେ !”

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଢ ଘଣ୍ଟା ଅଭିଭାଷଣରେ ନ୍ୟାଶନାଲ ହାଇଡ୍ରୋଜେନ ମିଶନ, ୧୦୦ ଲକ୍ଷ କୋଟି ଟଙ୍କା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମହିଳା ସୈନିକ ସ୍କୁଲ ସମେତ ଅନେକ ଘୋଷଣା କରିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶରେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହୋଇଛି ଏବଂ ଆମକୁ ନାଗରିକ ଭାବରେ କିଛି କର୍ତ୍ତବ୍ୟ କରିବାକୁ ପଡ଼ିବ। 

Related Posts