ଗୃହକୁ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ

ସତ୍ୟପାଠ ବ୍ୟୁରୋ  : ବିଧାନସଭାରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆସିଛି । ଏହି ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସାମଜିକ ସୁରକ୍ଷା କ୍ଷେତ୍ରରେ ଗୃହକୁ ମନ୍ତ୍ରୀ ଭୁଲ ତଥ୍ୟ ଦେଇଥିବା ସାଲୁଜା ଅଭିଯୋଗ କରିଛନ୍ତି ।

ବଙ୍ଗମୁଣ୍ଡା ବ୍ଲକରେ ମଧୁବାବୁ ପେନସନ ଯୋଜନାରେ କେତେ ମୃତ ହିତାଧିକାରୀ, କେତେ ଯୋଗ୍ୟ ହିତାଧିକାରୀ ଓ କେତେ ହିତାଧିକାରୀଙ୍କ ନାଁ ଖାଲି ପଡିଛି ତାହା ଜାଣିବାକୁ ଚାହିଁଥିଲେ ବିଧାୟକ ସାଲୁଜା । ଗତ ୪ ଦିନ ତଳେ ଗୃହରେ ପ୍ରଶ୍ନ କରି ସେ ଉତ୍ତର ଜାଣିବାକୁ ଚାହିଁଥିଲେ । ୧୦୪୩ ଜଣ ମୃତ ହିତାଧିକାରୀ ତାଲିକାରେ ଥିବା ମନ୍ତ୍ରୀ କହିଥିଲେ । କିନ୍ତୁ ୪୩୭୮ ଜଣ ମୃତ ବ୍ୟକ୍ତିଙ୍କ ନାଁ ତାଲିକାରେ ଥିବା ସ୍ଥାନୀୟ ବିଡିଓ ଦେଇଥିବା ତଥ୍ୟ କହୁଛି ବୋଲି ଅଭିଯୋଗ କରିଛନ୍ତି ସାଲୁଜା । ଯାହାକୁ ଭିତ୍ତି କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ।

Related Posts