ପାଟକୁରା ନିର୍ବାଚନରେ ଅପପ୍ରଚାର କରିଥିବା ଅଭିଯୋଗ

ସତ୍ୟପାଠ ବ୍ୟୁରୋ : ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କୁ ଓକିଲ ନୋଟିସ । ପାଟକୁରା ନିର୍ବାଚନରେ ଅପପ୍ରଚାର କରିଥିବା ଅଭିଯୋଗରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଓକିଲ ନୋଟିସ ପଠାଇଛନ୍ତି । ୧୫ଦିନ ଭିତରେ ଉତ୍ତର ଅଥବା ପ୍ରମାଣ ରଖିବାକୁ ନୋଟିସରେ କୁହାଯାଇଛି । ଦାମଙ୍କ ଅପପ୍ରଚାର ପାଇଁ ସେ ମାନସିକ ଭାବେ କ୍ଷତିଗ୍ରସ୍ତ ଅଛନ୍ତି ବୋଲି ଦର୍ଶାଇଛନ୍ତି ।

ପାଟକୁରା ନିର୍ବାଚନରେ କଂଗ୍ରେସର ଭୋଟ ବିକ୍ରି ହୋଇଥିବା କହିଥିଲେ ଦାମବାବୁ । କଂଗ୍ରେସର ସବୁ ଭୋଟ ନିରଂଜନ ବିଜେଡିକୁ ବିକ୍ରି କରି ଦେଇଥିବା ସେ ସିଧାସଳଖ କହିଥିଲେ । ଏହାସହ ଅନୈତିକ ବୁଝାମୁଣାର ପ୍ରତିଯୋଗୀତା ଚାଲିଥିବା କହିଥିଲେ ଦାମ । ତେଣୁ ପାଟକୁରା ନିର୍ବାଚନରେ ବିଜେଡିର ବିଜୟ ପାଇଁ ଶ୍ରେୟର ହକଦାର ନିରଂଜନ ପଟ୍ଟନାୟକ ବୋଲି ଦାମ ବାବୁ କହିଥିଲେ ।

କଟକର ଏକ ନିବୃତ୍ତ କୋଠରୀରେ କଂଗ୍ରେସର ଭୋଟ ବିକ୍ରି ପାଇଁ ଡିଲ୍ ହୋଇଥିଲା । ଏହି ଡିଲରେ ଜୟନ୍ତଙ୍କ ଭାଇ ସାମିଲ ଥିଲେ ବୋଲି କହିଥିଲେ ଦାମବାବୁ । ଏହାର ପ୍ରମାଣ ସବୁ ଦେବାକୁ ଜୟନ୍ତ ନୋଟିସରେ ଦର୍ଶାଇଛନ୍ତି । ୧୫ଦିନ ଭିତରେ ନୋଟିସର ଉତ୍ତର କି ପ୍ରମାଣ ନଦେଲେ ସେ ଆଇନର ଆଶ୍ରୟ ନେବେ ବୋଲି ନୋଟିସରେ ଦର୍ଶାଇଛନ୍ତି ଜୟନ୍ତ ମହାନ୍ତି ।

Related Posts