କଂଗ୍ରେସ ଏମ୍ ପି ରାଜୀବ ସତବ୍ (୪୬)ଙ୍କ କରୋନାରେ ନିଧନ

 (ସତ୍ଯପାଠ  ବ୍ୟୁରୋ) ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସତବ୍ ଗତ ଏପ୍ରିଲରେ କୋଭିଡ -19  ପଜିଟିଭ ଚିହ୍ନଟ ହେବା ପରେ ପୁଣେର ଏକ ଘରୋଇ ଡାକ୍ତରଖାନାରେ ଆଡମିଟ ହୋଇଥିଲେ । ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଆଜି ତାଙ୍କର ଦେହାନ୍ତ ହୋଇଛି ।   ଏଆଇସିସିର ସଦସ୍ୟ ତଥା ବିଦର୍ଭ ଏବଂ ମରାଠୱାଡା ଅଞ୍ଚଳରେ 46 ବର୍ଷିୟ ସତବ୍ ଏପ୍ରିଲ 22 ରେ କୋଭିଡ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଜାହଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଭେଣ୍ଟିଲେଟରରେ ରଖାଯାଇଥିଲା ବୋଲି ଡାକ୍ତରମାନେ କହିଛନ୍ତି। କଂଗ୍ରେସ ନେତା ରଣଦୀପ ସିଂ ସୂର୍ଯ୍ୟୱାଲା ରାଜୀବ ସତବ୍ ଙ୍କ ମୃତ୍ୟୁରେ ଦୁଖ ପ୍ରକାଶ କରି ଟ୍ୱିଟରରେ କହିଛନ୍ତି ଯେ ସେ ଏହି ଖବର ପାଇ ଅତ୍ୟନ୍ତ ଦୁଃଖିତ। 2014 ସାଧାରଣ ନିର୍ବାଚନରେ ସତବ୍ ହିଙ୍ଗୋଲି ଲୋକସଭା ନିର୍ବାଚନମଣ୍ଡଳୀରେ ତତ୍କାଳୀନ ଶିବସେନା ନେତା ସୁଭାଷ ୱାନକେଡେଙ୍କୁ ପରାସ୍ତ କରି ଜିତିଥିଲେ।

Related Posts