ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ଇଡି ଜାଲରେ ଛନ୍ଦି ହୋଇଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ମଧ୍ୟ ଜେରାର ସମ୍ମୁଖୀନ ହେବେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେବେ । ନ୍ୟାସନାଲ ହେରାଲ୍ଡ ମାମଲାରେ ତାଙ୍କୁ ଦ୍ବିତୀୟ ଥର ପାଇଁ ତାଙ୍କୁ ଜେରା କରାଯିବ ।

ସୋନିଆଙ୍କୁ ପୂର୍ବରୁ ଜୁଲାଇ ୨୫ରେ ହାଜର ହେବା ଲାଗି ଇଡି ସମନ କରିଥିଲା । କିନ୍ତୁ ପରେ ଏହାକୁ ୨୬ ତାରିଖକୁ ଘୁଞ୍ଚା ଯାଇଥିଲା । ଜୁଲାଇ ୨୧ରେ ୭୫ ବର୍ଷିୟ ସୋନିଆଙ୍କୁ ଇଡିର ତଦନ୍ତକାରୀ ଅଧିକାରୀ ମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ । ଏହି ସମୟରେ ସେ ୨୮ଟି ପ୍ରଶ୍ନର ଉତ୍ତର ଦେଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମାମଲାରେ କଥିତ ବିତ୍ତୀୟ ଅନିୟମିତତା ସଂପର୍କିତ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଇଡି ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି। ଏହି ମାମଲାରେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଇଡି ଅନେକ ଦିନ ଧରି ପଚରା ଉଚୁରା କରି ସାରିଛି। ମଙ୍ଗଳବାର ଏହି କେସରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରାଯିବ ।

କଂଗ୍ରେସର ବିରୋଧ

ତେବେ ସୋନିଆଙ୍କୁ ଇଡିର ପଚରାଉଚରାକୁ ବିରୋଧ କରିଛି ଦଳ । ଏହି ସମୟରେ କଂଗ୍ରେସ ସମଗ୍ର ଦେଶରେ ଇଡି କାର୍ଯ୍ୟାଳୟ ଘେରାଉ କରିବା ସହିତ ଅନେକ ସ୍ଥାନରେ ଚକାଜାମ ଏବଂ ଶୋଭାଯାତ୍ରା ବାହାର କରିବ ବୋଲି କହିଛି। ପାର୍ଟିର ବଡ ନେତା କଂଗ୍ରେସ କାର୍ଯ୍ୟାଳୟରେ ଏକତ୍ର ହେବେ ଏବଂ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରିବେ। ଯୁବ କଂଗ୍ରେସ ଏବଂ ଏନଏସୟୁଆଇ ସହିତ ମହିଳା କଂଗ୍ରେସର ନେତ୍ରୀ ମଧ୍ୟ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବେ। ସେହିପରି ସୋନିଆଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ ବୋଲି ଜଣାପଡିଛି।

Related Posts