ସତ୍ୟଙ୍କ ପ୍ରଶ୍ନ; ରୋଡ ସୋ ରେ ଦୁଇ ମହିଳା ଅତିଥିଙ୍କୁ ନେଇଥିଲେ କାହିଁକି ?

ଭୁବନେଶ୍ୱର: ସରକାରୀ ଅର୍ଥରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ହାଇଦ୍ରାବାଦ ବୁଲା । ନିଜର ଦୁଇ ଜଣ ମହିଳା ଅତିଥିକୁ ବିମାନରେ ହାଇଦ୍ରାବାଦ ନେବା ଏବଂ ରହିବାର ବ୍ୟବସ୍ଥା କରି ସରକାରୀ ଅର୍ଥ ବର୍ବାଦ କରିଛନ୍ତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଗତ ଅକ୍ଟୋବର ୪ ତାରିଖରେ ହାଇଦ୍ରାବାଦରେ ହୋଇଥିବା ଟୁରିଜିମ ରୋଡ ସୋରେ ଭାଗ ନେବାକୁ ଯାଇଥିଲେ ସଂସ୍କୃତି ମନ୍ତ୍ରୀ । କିଭଳି ମନ୍ତ୍ରୀ ପଦର ଅପବ୍ୟବହାର କରି ନିଜର ୨ ଜଣ ମହିଳାଙ୍କୁ ନିଜ ସହ ବିମାନରେ ହାଇଦ୍ରାବାଦ ନେବା ଏବଂ ହୋଟେଲ ତାଜ୍ କ୍ରିଷ୍ଣାରେ ରହିବାର ବନ୍ଦୋବସ୍ତ କରିଥିଲେ ତାହାର ଖୁଲାସା କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।

ସୂଚନା ଅନୁସାରେ ସମ୍ପୃକ୍ତ ୨ ମହିଳାଙ୍କ ପାଇଁ ବିମାନ ଟିକେଟ୍ ଏବଂ ହୋଟେଲରେ ରହଣି ପାଇଁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ଟୁରିଜିମ୍ ଡେଭେଲପମେଣ୍ଟ କର୍ପୋରେସନର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି କଂଗ୍ରେସ । ସଂପୃକ୍ତ ମହିଳାଙ୍କ କେଉଁ ଯୋଗ୍ୟତା ଓ ଅଭିଜ୍ଞତା ‘ହାଇଦ୍ରାବାଦ ରୋଡ ସୋ’ରେ ଓଡିଶାବାସୀଙ୍କୁ ସହାୟତା କରିଛି ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସତ୍ୟ ନାୟକ ପ୍ରଶ୍ନ କରିଛନ୍ତି ।

 

ସଂପୃକ୍ତ ମହିଳା ଦୁଇଜଣଙ୍କୁ ମନ୍ତ୍ରୀ ନିଜ ସହ ଅତିଥି ଭାବରେ ହାଇଦ୍ରାବାଦ ନେବା ପାଇଁ ମନ୍ତ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କଠୁ ଅନୁମତି ନେଇଛନ୍ତି ନା ନାହିଁ ?

ହାଇଦ୍ରାବାଦରେ ତାଜ୍ କ୍ରିଷ୍ଣା ହୋଟେଲରେ ମନ୍ତ୍ରୀ ଏବଂ ଦୁଇଜଣ ମହିଳାଙ୍କ ରହଣିର ହୋଟେଲ ଖର୍ଚ୍ଚ କିଏ ବହନ କରିଛି ?

ଓଟିଡିସି ନା ଅନ୍ୟ ସଂସ୍ଥା ?

ଅନ୍ୟ ସଂସ୍ଥାଠାରୁ ଅନୁଗ୍ରହ ଆଣିବାରେ ଓଟିଡିସିର ଭୂମିକାର ତଦନ୍ତ କରାଯାଉ । ଘଟଣାର ସତ୍ୟାସତ୍ୟ ରହିଛି କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଏବଂ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

Related Posts