ଆଉ ଏକ ଇତିହାସ ରଚିଲା ଇସ୍ରୋ: କାର୍ଟୋସାଟ୍-୩ର ସଫଳ ଉତକ୍ଷେପଣ

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ଆଜି ପୁଣିଥରେ ଏକ ଇତିହାସ ରଚନା କରିଛି । ଇସ୍ରୋ କାର୍ଟୋସାଟ୍-୩ ସହ ଆମେରିକାର ୧୩ଟି ନାନୋ ସାଟେଲାଇଟକୁ ଏକାଠି ଲଂଚ୍ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଶତୀସ ଧାବନ ସ୍ପେସ ସେଂଟରରୁ ସକାଳ ୯ଟା ୨୮ରେ ଏହାକୁ ଲଂଚ୍ କରାଯାଇଛି । କାର୍ଟୋସାଟ-୩ ସାଟେଲାଇଟ୍ ସେନା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସେନାର ଗୁଇନ୍ଦା ସାଟେଲାଇଟକୁ ପିଏସଏଲଭି-ସି-୪୭ ଦ୍ୱାରା କକ୍ଷରେ ପହଁଚାଯିବ ।

ପିଏସଏଲଭି-ସି-୪୭ର ଏହା ହେଉଛି ୪୯ ତମ ଉଡାଣ । ଏହା କାର୍ଟୋସାଟ୍ -୩ ସହ ଆମେରିକାର କମର୍ସିଆଲ ଉଦ୍ଦେଶ୍ୟ ବିଶିଷ୍ଟ ୧୩ଟି ଛୋଟ ସାଟେଲାଇଟରୁ ମହାକାଶ ନେବ । କାର୍ଟୋସାଟ୍-୩ର କ୍ୟାମେରା ଏତେ ଶକ୍ତିଶାଳୀ ଯେ ଏହା ମହାକାଶରୁ ଭୂମିର ଗୋଟିଏ ଫୁଟରୁ କମ ଉଚ୍ଚତା କୌଣସୀ ବସ୍ତୁର ଫଟୋ ନେଇପାରିବ । ଏହି କ୍ୟାମେରା ଜରିଆରେ ଅତି କ୍ଷୁଦ୍ର ବସ୍ତୁକୁ ସ୍ପଷ୍ଟ ଭାବେ ଦେଖିହେବ ।

ଇସ୍ରୋ କହିଛି ଯେ, ପିଏସଏଲଭି-ସି-୪୭ମିଶନ ଲଂଚିଂ ପାଇଁ ଶ୍ରୀହରିକୋଟାରୁ ଗତକାଲି ସକାଳ ୭ଟାରୁ ଓଲଟା ଗଣତି ଆରମ୍ଭ ହୋଇଥିଲା । ଆଜି ଏହାକୁ ସଫଳତା ପୂର୍ବକ ଲଂଚ୍ କରାଯାଇଛି  ।

Related Posts