କଂଗ୍ରେସ ଚିନ୍ତନ ଶିବିର: ନିର୍ବାଚନ ସମୟରେ ମନ୍ଦିର, ମସଜିଦ୍, ଚର୍ଚ୍ଚ ନଯିବାକୁ ପରାମର୍ଶ

ଜୟପୁର: ଦଳକୁ ସୃଢୁଡ଼ କରିବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ୍ । ଏହାରି ମଧ୍ୟରେ ଦଳର ବରିଷ୍ଠ ନେତା କୁ ନେଇ ରାଜସ୍ଥାନର ଉଦୟପୁରରେ ଚାଲିଛି କଂଗ୍ରେସ ଚିନ୍ତନ ଶିବିର। ଏହି ଶିବିରରେ ଦଳର ସବୁ ବଡ଼ ନେତା ସାମିଲ ହୋଇଛନ୍ତି।

ତେବେ ଏହି ଚିନ୍ତନ ଶିବିରରେ ନିର୍ବାଚନ ସମୟରେ ଦଳର ନେତୃତ୍ୱ ମନ୍ଦିର, ମସଜିଦ୍, ଚର୍ଚ୍ଚ କିମ୍ୱା ଅନ୍ୟ କୌଣସି ଧାର୍ମିକସ୍ଥଳୀ ନଯିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଚିନ୍ତନ ଶିବିରରେ ଉପସ୍ଥିତି କିଛି ନେତା ପ୍ରସ୍ତାବ ଦେଇ କହିଛନ୍ତି, ଏପରି କରିବା ଦ୍ୱାରା କଂଗ୍ରେସ ଭୋଟର ଭ୍ରମିତ ହେଉଛନ୍ତି ଏବଂ ଏଥିରୁ ଭୋଟରୁ ଭୁଲ ସନ୍ଦେଶ ଯାଉଛି।

ଏହାସହ ଏହି ଚିନ୍ତନ ଶିବିରରେ ବିଜେପି ଆଗରେ କଂଗ୍ରେସ ନିଜକୁ ଏକ ମଜବୁତ ଧର୍ମନିରପେକ୍ଷ ଅଭିମୁଖ୍ୟ ରଖିବା ପାଇଁ ଜୋର ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଜେପି ଧାର୍ମିକ ରାଜନୀତିକୁ ଦେଖି ଗତ କିଛି ବର୍ଷ ଧରି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ବିଭିନ୍ନ ଧାର୍ମିକସ୍ଥଳୀ ଯାଇ ଦର୍ଶନ କରୁଥିଲେ। କିନ୍ତୁ ନିର୍ବାଚନୀ ପରିଣାମରେ ଏହାର କୌଣସି ପ୍ରଭାବ ପଡିନଥିଲା।

ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସର ଏହି ଚିନ୍ତନ ଶିବିରର ପ୍ରଥମ ଦିନ ଶୁକ୍ରବାର ସୋନିଆ ଗାନ୍ଧୀ କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତିନ କଥା କହିଥିଲେ। ସୋନିଆ କହିଥିଲେ, ଅସାଧାରଣ ପରିସ୍ଥିତିର ମୁକାବିଲା ଅସାଧାରଣ ଉପାୟରେ କରାଯାଇଥାଏ ।

Related Posts