କରୋନା ରୋଗୀଙ୍କୁ, ଖାଦ୍ୟ, ଆମ୍ବୁଲାନ୍ସ ଓ ଅକ୍ସିଜେନ ସେବା ଯୋଗାଇବ କଂଗ୍ରେସ : ଜାରି କଲା ହେଲପ ଲାଇନ ନମ୍ବର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଟକ-ଭୁବନେଶ୍ୱର ମହାନଗରରେ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକମାନଙ୍କୁ ମେ’ ୧୪ରୁ ୨୦ ପର୍ଯ୍ୟନ୍ତ ଭିଟାମିନ ଟାବଲେଟ ବାଣ୍ଟିବ କଂଗ୍ରେସ। ମେ’ ୨୧ରୁ ଖାଦ୍ୟ, ଆମ୍ବୁଲାନ୍ସ ଓ ଅକ୍ସିଜେନ ସେବା ଯୋଗାଇବ। ଏଥିପାଇଁ ୨ଟି ନମ୍ବର- 18002572656 ଓ 9937696969 ଜାରି କରିଛି କଂଗ୍ରେସ। ରାଜ୍ୟରେ କରୋନା ଭୟଙ୍କର ସ୍ଥିତି ରୋକିବାରେ ନା ନେଉନି । ପ୍ରତି ଦିନ ୧୦ ହଜାର ଉପରେ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଆଜି କରୋନା ୨୨ ଜଣ ଲୋକଙ୍କ ଜୀବନ ନେଇଛି । ୧୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ଗ୍ରାମାଞ୍ଚଳର ଅବସ୍ଥା ଅତି ଖରାପ ଆଡ଼କୁ ଗତି କରୁଛି। ଗ୍ରାମାଞ୍ଚଳରେ ଲୋକମାନେ ଥଣ୍ଡା, ଜ୍ୱର ଓ କାଶ ପରି ରୋଗରେ ପୀଡ଼ିତ ହୋଇଛନ୍ତି। ସେମାନେ ମେଡିକାଲ୍‌ ଯିବା ପରିବର୍ତ୍ତେ ଘରୋଇ ଚିକିତ୍ସା ପଦ୍ଧତ୍ତିକୁ ଆପଣାଇ ମୃତ୍ୟୁ ସମ୍ମୁଖୀନ ହେଉଛନ୍ତି ବୋଲି ଖବର ଆସୁଛି । ଯାହାକୁ ନେଇ ଲୋକଙ୍କ ମନ ଭିତରେ ଭୟର ବାତାବରଣ ଖେଳି ଯାଇଛି। ତେବେ ରାଜଧାନୀ ଭୁବନେଶ୍ୱର ଓ ସିଲ୍‌ଭର ସିଟି କଟକର ଅବସ୍ଥା ସଙ୍ଗୀନ ହୋଇଛି। ଏହି ଦୁଇ ସହରରୁ ପ୍ରତିଦିନ ଶହଶହ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି। କରୋନା ଆୟତ୍ତ କରିବା ପାଇଁ କଟକ ମହାନଗର ନଗମ ଓ ଭୁବନେଶ୍ୱର ମହାନଗର ନିଗମ ଯେଉଁ ପନ୍ଥା ଅପଣାଇଥିଲେ ମଧ୍ୟ ଏହା ବ୍ୟାପି ଚାଲିଛି। ବିଶେଷକରି ଅମାନୀୟଙ୍କୁ ନେଇ କମିଶନରେଟ୍‌ ପୁଲିସ ଚିନ୍ତାରେ ପଡ଼ି ଯାଇଛି। ଜରିମାନା ଓ ଗିରଫକୁ ଅମାନୀଆ ଖାତିର କରୁନଥିବା ଅଭିଯୋଗ ହେଉଛି।କୋଭିଡ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟ ୨.୮ କୋଟି ଟଙ୍କା ଜୋରିମାନା ସଂଗ୍ରହ କରାଯାଇଛି । ୭୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ କୋଭିଡ ନିୟମ ଉଲ୍ଲଂଘନ କରି ପୋଲିସ ୨୬୯ ଜଣଙ୍କୁ ଗିରଫ କରିଛି ।

Related Posts