କଂଗ୍ରେସ କର୍ମୀଙ୍କର ଅଭିନବ ପ୍ରତିବାଦ: ମୋଦିଙ୍କ ହେଲିକେପ୍ଟର ନିକଟକୁ ଛାଡ଼ିଲେ କଳା ବେଲୁନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆନ୍ଧ୍ରପ୍ରଦେଶର ଗନାଭରମ୍ ବିମାନବନ୍ଦରରୁ ସୋମବାର ଅପରାହ୍ନରେ ଉଡ଼ାଣ ଭରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟଟର ନିକଟରେ କଳା ବେଲୁନ୍‌ ଉଡ଼ିବା ଘଟଣାକୁ କେନ୍ଦ୍ରକରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ବିଜୟୱାଡାର ଗଣନାଭରମ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟଟ ନିକଟରେ ଦୁଇଟି କଳା ବେଲୁନ୍‌ ଉଡ଼ୁଥିବା ଦେଖିବା ପାଇଁ ମିଳିଥିଲା। ତେବେ, ପୁଲିସ କହିଛି ଯେ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାରର ଉଲ୍ଲଂଘନ ହୋଇନାହିଁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର ଯିବାର ପାଞ୍ଚ ମିନିଟ୍‌ ପରେ ବିମାନବନ୍ଦରଠାରୁ ୪.୫ କିଲୋମିଟର ଦୂରରେ ଉଡୁଥିବା କଳା ବେଲୁନ୍‌ ଦୁଇଟିକୁ ହଟାଇ ଦିଆଯାଇଛି।
ତେବେ ବିମାନ ଉଡାଣ ଭରିବା ପୂର୍ବ ରୁ ବିମାନ ବନ୍ଦର ବାହାରେ କିଛି କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରୁଥିଲେ। ସେମାନେ ସ୍ଲୋଗାନ ଦେବା ସହ ହାତ ରେ ପ୍ଲାକାର୍ଡ ଓ କଳା ବେଲୁନ ଧରିଥିଲେ।
କଳା ବେଲୁନ୍‌ ଦେଖାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶବ୍ୟାପୀ କଳା ବେଲୁନ୍‌ ପ୍ରଦର୍ଶନ କରି ବିରୋଧ କରିବାକୁ କଂଗ୍ରେସ ନେତାମାନେ ଆହ୍ଵାନ ଦେଇଥିଲେ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରୁ ବିଜୟୱାଡାକୁ ଏକ ସ୍ୱତନ୍ତ୍ର ବିମାନରେ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ସକାଳ ପ୍ରାୟ ୮ଟା୩୦ରେ ତିନି ଜଣ ଲୋକ ସୁଙ୍କଦାରା ପଦ୍ମଶ୍ରୀ, ପାର୍ବତୀ ଏବଂ କିଶୋର ବେଲୁନ୍‌ ସହିତ ବିମାନବନ୍ଦର ଆଡକୁ ଯାଉଥିବାର ଦେଖିବାକୁ ମିଳିଥିଲା। ଏବଂ ପୁଲିସ ସେମାନଙ୍କୁ ଅଟକାଇ ଦେଇଥିଲା।
ପରେ ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟକ୍ରମ ସାରି ଉଡ଼ାଣ ଭରିବାର ପାଞ୍ଚ ମିନିଟ୍‌ ପରେ ଦୁଇ ଜଣ କଂଗ୍ରେସ ସଦସ୍ୟ ରାଜୀବ ରତନ ଏବଂ ରବି ପ୍ରକାଶ ଏକ ନିର୍ମାଣାଧୀନ ଏକ କୋଠା ଉପରକୁ ଚଢି ବେଲୁନ୍‌କୁ ଆକାଶକୁ ଛାଡ଼ିଥିଲେ।

ରାଜୀବ ରତନ ନିଖୋଜ ଥିବାବେଳେ ରବି ପ୍ରକାଶଙ୍କୁ ହେପାଜତକୁ ନିଆଯାଇଛି ବୋଲି ପୁଲିସ କହିଛି।
ତେବେ ପୋଲିସ ର ସୂଚନା ଅନୁସାରେ ଚାରି ଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ଅଛନ୍ତି। ଡିଏସପି ବିଜୟପାଲଙ୍କ ଅନୁଯାୟୀ, “କଂଗ୍ରେସ ନେତାମାନେ କଳା ବେଲୁନ୍ ଉଡାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ବିଫଳତା ନାହିଁ। ଆମେ କଂଗ୍ରେସ ନେତା ସୁଙ୍କଦାରା ପଦ୍ମଶ୍ରୀ ଏବଂ ଅନ୍ୟ ତିନି ଜଣଙ୍କୁ ଗିରଫ କରିସାରିଛୁ। ”ସେ କହିଛନ୍ତି, “ଆମେ ଅନ୍ୟମାନଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବୁ”।

Related Posts