ରାଜଧାନୀରେ କମ୍ପିବେ କଂଗ୍ରେସ୍ କର୍ମୀ: ୪ରେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ‘ମହଙ୍ଗାଇ ପର ହଲ୍ଲାବୋଲ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ବର : କମ୍ପିବ ରାଜଧାନୀ । ଦିଲ୍ଲୀ ର ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ୍ । ଏନେଇ ଆସନ୍ତାମାସ ୪ତାରିଖରେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ‘ମହଙ୍ଗାଇ ପର ହଲ୍ଲାବୋଲ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଦେଶବ୍ୟାପୀ କଂଗ୍ରେସ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟରୁ ୫ଶହରୁ ଅଧିକ କଂଗ୍ରେସ କର୍ମୀ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି।

ଆସନ୍ତାକାଲିଠାରୁ ଆସନ୍ତା ୨ତାରିଖ ମଧ୍ୟରେ କର୍ମୀମାନେ ଦିଲ୍ଲୀରେ ପହଞ୍ଚିବେ।

ଅପର ପକ୍ଷରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସୋମବାର ଦିନ ଦିଲ୍ଲୀ ଗସ୍ତ କରିଛନ୍ତି। କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ରହିଛି। ବୈଠକ ସାରି ଫେରିବା ପରେ ପରବର୍ତୀ ସମୟରେ ପୁଣିଥରେ ଦିଲ୍ଲୀ ଯିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Related Posts