ଶ୍ରୀମନ୍ଦିରରେ କୋଠ ଭୋଗକୁ ନେଇ ବିବାଦ; ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି, ୨ ଆହତ

ଭୁବନେଶ୍ୱର, ୧୯/୧(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ହାତାହାତି। କୋଠ ଭୋଗକୁ ନେଇ ସୁଆର ଓ କୋଠ ଭୋଗ ସେବାୟତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସୁଆର ସେବାୟତଙ୍କ ଆକ୍ରମଣରେ କୋଠ ଭୋଗ ସେବାୟତଙ୍କ ଆଖିରେ ଆଘତ ଲାଗିଥିବା ସୂଚନା ମିଳିଛି। ଆହତ କୋଠ ଭୋଗ ସେବାୟତ ନୃସିଂହ ଆପଟ ଓ ସୁଆର ସେବାୟତ ହରେକୃଷ୍ଣ ମହାନ୍ତି ବୋଲି ଜଣାପଡିଛି।ଉଭୟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସିଂହଦ୍ଵାର ଥାନା ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହେବ। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ସୂଚନା ମିଳିପାରିନାହିଁ।

ସୂଚନା ମୁତାବକ, ଗୁରୁବାର ଦିନ ଶ୍ରୀମନ୍ଦିରରେ କୋଠ ଭୋଗ ନେଇ ସୁଆର ଓ କୋଠ ଭୋଗ ସେବାୟତଙ୍କ ହାତାହାତି ହୋଇଥିଲେ। ଶ୍ରୀମନ୍ଦିର ଭିତରେ ଗଣ୍ଡୋଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଉଭୟ ପକ୍ଷରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ କୋଠ ଭୋଗ ନେଇ କଣ ପାଇଁ ଉଭୟ ପକ୍ଷଙ୍କ ମଧ୍ୟ ବଚସା ପରେ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ଏହା ତଦନ୍ତ ପରେ ଜଣାପଡିବ।

Related Posts