ଓଡ଼ିଶାରେ ବଢୁଛି କରୋନା ମୃତ୍ୟୁ : ଗତ ୨୪ ଘଣ୍ଟାରେ ୩୩ ଆକ୍ରାନ୍ତ ମୃତ, ୧୦୯୩୯ ନୂଆ ପଜିଟିଭ୍ ଚିହ୍ନଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ଯ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।ଦ୍ବିତୀୟ ଲହରରେ ଏହା ରାଜ୍ୟରେ ଦୈନିକ ସର୍ବାଧିକ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭ ଜଣ ରହିଛନ୍ତି। ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ଏବେ ୨ହଜାର ୫୪୯କୁ ବୃଦ୍ଧିପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୧୭୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୭୬୧ ଟି ଲୋକାଲ କେସ୍ ରହିଛି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧୪୩୮୦ରେ ପହଞ୍ଚିଛି। ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୮୧୯ଜଣ, ବାଲେଶ୍ୱରରୁ ୩୬୧ଜଣ, ବରଗଡ଼ରୁ ୩୨୩ଜଣ, ଭଦ୍ରକରୁ ୧୪୨ଜଣ, ବଲାଙ୍ଗୀରରୁ ୧୯୫ଜଣ, ବୌଦ୍ଧରୁ ୩୮୫ଜଣ, କଟକରୁ ୯୨୨ଜଣ, ଦେଓଗଡ଼ରୁ ୧୦୦ଜଣ, ଢେଙ୍କାନାଳରୁ ୭୬୩ଜଣ, ଗଜପତିରୁ ୪୩ଜଣ, ଗଞ୍ଜାମରୁ ୨୫୪ଜଣ, ଜଗତସିଂହପୁରରୁ ୨୯୧ଜଣ, ଯାଜପୁରରୁ ୫୪୧ଜଣ, ଝାରସୁଗୁଡ଼ାରୁ ୧୯୧ଜଣ, କଳାହାଣ୍ଡିରୁ ୨୪୪ଜଣ, କନ୍ଧମାଳରୁ ୭୭ଜଣ, କେନ୍ଦ୍ରାପଡ଼ାରୁ ୩୨୩ଜଣ, କେନ୍ଦୁଝରରୁ ୧୭୬ଜଣ, ଖୋର୍ଦ୍ଧାରୁ ୧୨୯୮ , କୋରାପୁଟରୁ ୨୪୨ଜଣ, ମାଲକାନଗିରିରୁ ୧୦୩ଜଣ, ମୟୁରଭଞ୍ଜରୁ ୬୦୪ଜଣ, ନବରଙ୍ଗପୁରରୁ ୩୬୨ଜଣ, ନୟାଗଡ଼ରୁ ୨୨୫ଜଣ, ନୂଆପଡ଼ାରୁ ୬୪ଜଣ, ପୁରୀରୁ ୪୫୬ଜଣ, ରାୟଗଡ଼ାରୁ ୧୫୬ଜଣ, ସମ୍ବଲପୁରରୁ ୩୧୯ଜଣ, ସୋନପୁରରୁ ୨୩୧ଜଣ, ସୁନ୍ଦରଗଡ଼ରୁ ୫୧୨ଜଣ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ୍ ମୋଟ୍ ୭୧୪୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୦୫୫୪ଟି ଆକ୍ଟିଭ୍‌ କେସ୍‌ ରହିଛି ଏବଂ ୬୦୧୨୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧୪୩୭୩୩୭ କୋଭିଡ୍ ଟେଷ୍ଟ୍ କରାଯାଇଛି । ତେବେ ଗତ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରୁ ଅନୁଗୁଳ, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲାରୁ ୪ ଜଣ ଲେଖାଏଁ ରହିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେହିପରି ସୁନ୍ଦରଗଡ, ସୁବର୍ଣ୍ଣପୁର ଜିଲାରୁ ୩ ଜଣ ଲେଖାଏଁ ଏବଂ ଗଞ୍ଜାମ ଓ କେନ୍ଦୁଝର ଜିଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏବଂ ଦେବଗଡ, ଯାଜପୁର, କନ୍ଧମାଳ ଓ କୋରାପୁଟ ଜିଲାରେ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

Related Posts