କରୋନାରେ ପ୍ରାଣ ହରାଇଲେ RLD ପ୍ରଦେଶ ମହାସଚିବ ରମେନ୍ଦ୍ର ସିଂହ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଇତିମଧ୍ୟରେ RLD ପ୍ରଦେଶ ମହାସଚିବ ରମେନ୍ଦ୍ର ସିଂହ କରୋନା ରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ । ଏ ଖବର ସାମ୍ନାକୁ ଆସିବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । ସେ ଗତ କିଛିଦିନରୁ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ପରେ ତାଙ୍କର ସ୍ୱାସ୍ଥାବସ୍ତା ଅଧିକ ଖରାପ ହୋଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ରମେନ୍ଦ୍ର ସିଂହ ଜଗନର ବ୍ଲକର କାନସାପୁରାର ମୂଳ ବାସିନ୍ଦା ଥିଲେ । ସେ ୨୦୦୨ ମସିହାରେ ସମାନତା ପାର୍ଟିରୁ ଟିକେଟ ପାଇ ଖେରାଗଡରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହା ପରେ ପୁଣିଥରେ ସେ ୨୦୧୭ ମସିହାରେ RLD ଟିକେଟରେ ଖେରାଗଡରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଅନ୍ୟପଟେ ରମେନ୍ଦ୍ର ସିଂହ ଙ୍କ ପିତା ରାଜେନ୍ଦ୍ର ସିଂହ ଜଗନର ବ୍ଲକ ର ମୁଖ୍ୟ ଥିଲେ । ରମେନ୍ଦ୍ର ସିଂଙ୍କ ମୃତ୍ୟୁ ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

Related Posts