
ନୂଆଦିଲ୍ଲୀ; ଗତ ଦୁଇ ବର୍ଷ ହେଲା, ସମଗ୍ର ବିଶ୍ୱକୁ କବଳିତ କରି ରଖିଛି ମହାମାରୀ କରୋନା | ଫଳରେ ଆକ୍ରାନ୍ତ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢିବାକୁ ଲାଗିଛି | ତେବେ ନିକଟରେ ଭାରତ ସରକାର କରୋନାରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ନେଇ ରିପୋଟ ଜାରି କରିଥିବା ବେଳେ, ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଛି ମୃତ୍ୟୁ ସାଂଖ୍ୟକୁ ନେଇ ରିପୋର୍ଟ | ତେବେ ଉଭୟଙ୍କ ପକ୍ଷରୁ ଜାରି ରିପୋର୍ଟ ଭିନ ଭିନ୍ନ ତଥ୍ୟ ଉପସ୍ଥାପନା କରୁଛି |
ଦେଶରେ କରୋନାରେ ମୃକଙ୍କ ସଂଖ୍ୟା ନେଇ WHO ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଆକାଶ ପାତାଳର ଫରକ ରହିଛି। ଡବ୍ଲୁଏଚଓର ରିପୋର୍ଟ ଅନୁସାରେ, ୨୦୨୦ ଜାନୁଆରୀ ୧ରୁ ଡିସେମ୍ୱର ୨୦୨୧ ମଧ୍ୟରେ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, କରୋନା ଯୋଗୁଁ ସାରା ବିଶ୍ୱରେ ଦେଢ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଭାରତର ସଂଖ୍ୟା ଦୁନିଆର ମୃତ୍ୟୁ ସଂଖ୍ୟାର ଏକ ତୃତୀୟାଂଶ। ଡବ୍ଲୁଏଚଓ ଅନୁସାରେ ସାରା ଦୁନିଆରେ ହୋଇଥିବା ମୃତ୍ୟୁର ସଠିକ ଗଣନା କରାଯାଇ ନାହିଁ। ଭାରତରେ ଯେଉଁ ଗଣନା କରାଯାଇଛି ତାହା ଠାରୁ ପ୍ରାୟ ୧୦ ଗୁଣା ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଡବ୍ଲୁଏଚଓ ଯେଉଁ ପଦ୍ଧତିରେ ଏହି ଆକଳନ କରିଛି ତାକୁ ଏକ୍ସେସ ଡେଥ୍ କୁହାଯାଏ। ଏହି ପଦ୍ଧତିରେ ମାହମାରୀ ବ୍ୟାପିଥିବା ଅଞ୍ଚଳର ମୃତ୍ୟୁ ହାର ଉପରେ ଆକଳନ କରାଯାଇଥାଏ। ଡବ୍ଲୁଏଚଓର ଡାଇରେକ୍ଟର ଜେନେରାଲ କହିଛନ୍ତି, ଏହି ସଂଖା କେବଳ ମହାମାରୀର ପ୍ରଭାବ ବାବଦରେ ନୁହେଁ ବରଂ ନିଜ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଦେଶ ଗୁଡିକ ଏଥିରୁ ଶିକ୍ଷା ନେବା ଦରକାର। ଯେଉଁ ସମୟ ମଧ୍ୟରେ ଡବ୍ଲୁଏଚଓ ୪୭ ଲକ୍ଷ ମୃତ୍ୟୁର ଆକଳନ କରିଛି ସେହି ସମୟରେ ସରକାରୀ ସଂଖ୍ୟା କେବଳ ୫.୨ ଲକ୍ଷ ମୃତ୍ୟୁ ହୋଇଥିବା ଦାବି କରୁଛି।
ତେବେ ଭାରତ ସରକାର ଡବ୍ଲୁଏଚଓର ଏହି ଆକଳନ ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି।