ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୋର୍ଟରୁ ଆଉ ଏକ ଝଟ୍‌କା ମିଳିଛି। ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅବଧିକୁ କୋର୍ଟ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହି ଦିନ ତାଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହେବ। ଏହାପୂର୍ବରୁ କୋର୍ଟ ତାଙ୍କୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ସୂଚନାଯୋଗ୍ୟ ଯେ, ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଇଡି ଗିରଫ କରିଛି। ଏହି ମାମଲାରେ ଦିନକୁ ଦିନ ତାଙ୍କର ନ୍ୟାୟିକ ହେପାଜତ ଅବଧି ବଢ଼ିବାରେ ଲାଗିଛି। ସମାନ ମାମଲାରେ ସଞ୍ଜୟଙ୍କ ପତ୍ନୀଙ୍କୁ ମଧ୍ୟ ଜେରା କରିଛି ଇଡି। ତେବେ ଇଡି ଉଭୟ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କୁ ଜେରା କରିବା ପରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଥିବା ନେଇ ସୂଚନା ଦେଇଛି।