ଜମ୍ମୁ କାଶ୍ମୀର ଅନନ୍ତନାଗ ତାଙ୍ଗପାୱା ଅଞ୍ଚଳରେ ଏନକାଉଣ୍ଟର: ଦୁଇ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀର ଅନନ୍ତନାଗ ତାଙ୍ଗପାୱା ଅଞ୍ଚଳରେ ଏନକାଉଣ୍ଟର। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳବିନିମୟ ହୋଇଥିବା ବେଳେ, ଏଥିରେ 2ଜଣ ଆତଙ୍କୀ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଗତକାଲି (ରବିବାର) ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାର ତେରିଜ୍ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାକୁ କିଛି ଘଣ୍ଟା ନ ପୁରୁଣୁ ପୁଣି ଅନନ୍ତନାଗରେ ଏନକାଉଣ୍ଟର ହୋଇଛି ।

ମିଳିଥିବା ସୂଚନାଅନୁୟାୟୀ, ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ୍‌ ଓ ସୁରକ୍ଷାବଳର ଯବାନଙ୍କ ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଆତ୍ମଗୋପନ କରିଥିବା ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବଳର ଯବାନ । ଏଥିରେ 2ଜଣ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳ । ଅପରେସନରେ ସେନା, ସିଆରପିଏଫ ଓ ପୋଲିସ ସାମିଲ ଥିବା ସୂଚନା ମିଳିଛି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ କାଶ୍ମୀର ଜୋନ ପୋଲିସ ଟ୍ବିଟ୍‌ କରି ସୂଚନା ଦେଇଛି ।

Related Posts