ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାର ଯାଞ୍ଚ ଏବେ ମଧ୍ୟ ଜାରି ରହିଛି । ଏହି ମାମଲାରେ ଫସିଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସମ୍ପର୍କୀୟା ଅର୍ପିତା ମୁଖାର୍ଜୀଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳୁନହିଁ । ଉଭୟଙ୍କ ନ୍ୟାୟିକ ହେପାଜତ ବା ଜୁଡିସିଆଲ କଷ୍ଟୋଡିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।ଶିକ୍ଷକ ଭର୍ତ୍ତି ମାମଲା ଘୋଟାଲାରେ ଗୁରୁବାର ଉଭୟ କୋର୍ଟରେ ହାଜର ହୋଇଥିଲେ । ଉଭୟଙ୍କ ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିଲା । କୋର୍ଟରେ ହାଜର ହେବା ପରେ ପୁଣିଥରେ ଏମାନଙ୍କ ଜୁଡିସିଆଲ କଷ୍ଟୋଡିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ,ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କୁ ଗତ ଜୁଲାଇ ୨୩ରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ କରାଯାଇଥିଲା। ଏହି ମାମଲା ୨୦୧୬ର ଏବଂ ସେହି ସମୟରେ ପାର୍ଥ ମମତା ବାନାର୍ଜୀ ସରକାରରେ ଶିକ୍ଷା ମନ୍ତ୍ରୀ ଥିଲେ। ବର୍ତ୍ତମାନ ଯାଞ୍ଚ ଏଜେନ୍ସି ଏହି ମାମଲାରେ ମନି ଲଣ୍ଡ୍ରିଂ ଦିଗରୁ ମାମଲାର ତଦନ୍ତ କରୁଛି।

Related Posts