ବିଶ୍ୱରେ କୋଭିଡରେ ମରୁଥିବା ପ୍ରତି ୪ ଜଣଙ୍କ ମଧ୍ୟରେ ଜଣେ ଭାରତୀୟ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ବିଶ୍ୱ ମହାମାରୀ କରୋନା ସହ ଲଢୁଛି । ତେବେ କରୋନାରେ ସଂକ୍ରମିତ ହୋଇ ପ୍ରତି ୪ ଜଣଙ୍କ ମଧ୍ୟରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟୁଛି । ଏ ଖବର ସାମ୍ନାକୁ ଆସିବା ପରେ ଚାରିପଟେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତରେ କ୍ରମାଗତ ଭାବରେ ତୃତୀୟ ଦିନରେ ୩୦୦୦ରୁ ଅଧିକ ମୃତ୍ୟୁ ରେକର୍ଡ ଛୁଇଁଛି । ଦେଶର ରାଜନୀତିର ଅଡ୍ଡା ପାଲଟିଥିବା ପଶ୍ଚିମବଙ୍ଗରେ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୮୯ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଦେଶରେ ପ୍ରଥମଥର ୩.୮ ଲକ୍ଷ ସଂକ୍ରମଣ ଅତିକ୍ରମ କରିଛି ।

ଭାରତରେ ଏପର୍ଯ୍ୟନ୍ତ ମୋଟ ୧,୮୭,୫୫,୧୨୬ ମାମଲା ରହିଥିବା ବେଳେ ୨,୦୮,୨୫୫ ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ସଂକ୍ରମଣଙ୍କ ସଂଖ୍ୟା ଅଧିକ ମହାରାଷ୍ଟ୍ରରେ ଦେଖିବା ପାଇଁ ମିଳିଛି । ଗତ ସାତ ଦିନ ମଧ୍ୟରେ ଭାରତର ହାରାହାରି ଦୈନିକ ମୃତ୍ୟୁ ସଂଖ୍ୟା ୨,୮୮୨କୁ ବୃଦ୍ଧି ପାଇ ବିଶ୍ୱରେ ସର୍ବାଧିକ ରହିଆସିଛି । କରୋନାରେ ସଂକ୍ରମିତ ହୋଇ ଅଧିକ ସଂଖ୍ୟକ ମୃତ୍ୟୁବରଣ କରିଥିବା ଦେଶ ଗୁଡିକ ହେଲା ଆମେରିକା, ବ୍ରାଜିଲ, ମେକ୍ସିକୋ, ଭାରତ ଏବଂ ୟୁକେ । ଅନ୍ୟମାନଙ୍କରେ ମୃତ୍ୟୁ ସଂଖ୍ୟା କମୁଥିବା ବେଳେ ଭାରତରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

Related Posts