୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ୍‌

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶେଷରେ ଆନୁଷ୍ଠାନିକ ଭାବେ ଅଲିମ୍ପିକ୍ସରେ ସାମିଲ ହୋଇଛି କ୍ରିକେଟ୍‌। ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ଖେଳାଯିବ କ୍ରିକେଟ୍‌। ୨୦୨୮ରେ ଲସ୍‌ଏଞ୍ଜେଲ୍ସ (ଏଲ୍‌ଏ)ରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ୍‌ ଓ ସ୍କ୍ବାସ ସହ ଆଉ ୩ କ୍ରୀଡ଼ା ସାମିଲ ହୋଇଛି। ‌ମୁମ୍ବାଇରେ ଆୟୋଜିତ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ବୈଠକରେ ଏହାକୁ ଅନୁମୋଦନ ମିଳିଛି।

ଏଲ୍‌ଏ ଆୟୋଜକ ଲାକ୍ରୋସ, ଫ୍ଲାଗ୍‌ ଫୁଟ୍‌ବଲ୍‌ ଓ ବେସ୍‌ବଲ୍‌-ସଫ୍ଟବଲ୍‌ ସାମିଲ ନେଇ ପ୍ରସ୍ତାବ ଦେଇଥିଲା। ଆଇଓସି ଏହି ମୁମ୍ବାଇ ବୈଠକରେ କ୍ରିକେଟ୍‌ ଓ ସ୍କ୍ବାସ ସହ ଉକ୍ତ ୩ କ୍ରୀଡ଼ାକୁ ଅନୁମୋଦନ ‌ମିଳିଥିଲା। କ୍ରିକେଟ୍‌ ପ୍ରାୟ ଗୋଟିଏ ଶତାବ୍ଦୀ ପରେ ଅଲିମ୍ପିକ୍‌ରେ ସାମିଲ ହୋଇଛି। ୧୯୦୦ ଅଲିମ୍ପିକ୍ସରେ ପ୍ରଥମେ କ୍ରିକେଟ୍‌ ସାମିଲ ଥିଲା। ଏହା ପରେ ଅଲିମ୍ପିକ୍ସରେ ଆଉ କ୍ରିକେଟ୍‌କୁ ଦେଖିବାକୁ ମିଳି ନଥିଲା। ଲସ୍‌ ଏଞ୍ଜେଲ୍ସରେ ଟ୍ବେଣ୍ଟି-୨୦ ଫର୍ମାଟ୍‌ ଏବଂ ଉଭୟ ପୁରୁଷ ଓ ମହିଳା‌ରେ ୬ ଲେଖାଏଁ ଦଳ ଅଂଶଗ୍ରହଣ କରିବାର ପ୍ରାଥମିକ ଯୋଜନା ରହିଛି।

Related Posts