କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଟ୍ୱିଟ୍ କଲେ KRK : ଡିପ୍ରେସନ୍ ପାଇଁ ଅନୁଷ୍କା ଶର୍ମାଙ୍କୁ କଲେ ଦାୟୀ

ମୁମ୍ଵାଇ : ଅଭିନେତା ତଥା ସମାଲୋଚକ (କ୍ରିଟିକ୍) KRK ଏବେ କ୍ରିକେଟର ବିରାଟ କୋହଲିଙ୍କ ଡିପ୍ରେସନ ଉପରେ ନିଜର ମତ ଦେଇଛନ୍ତି। ବିରାଟଙ୍କ ଡିପ୍ରେସନ୍ ପାଇଁ KRK ଅନୁଷ୍କା ଶର୍ମାଙ୍କୁ ଦାୟୀ କରିଛନ୍ତି। ତେବେ ତାଙ୍କର ଏହି ଟ୍ୱିଟ ପାଇଁ ସେ ଏବେ ଟ୍ରୋଲ ହେଉଛନ୍ତି।

KRK ବିରାଟ କୋହଲିଙ୍କ ଏକ କୋଟକୁ ପୋଷ୍ଟରକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି। ଏହି ଟ୍ୱିଟ୍ରେ ସେ ଅନୁଷ୍କା ଶର୍ମାଙ୍କୁ ବିରାଟଙ୍କ ଡିପ୍ରେସନ୍ ପାଇଁ ଦାୟୀ କରିଛନ୍ତି। କେଆରକେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ବିରାଟ କୋହଲି ହେଉଛନ୍ତି ଭାରତର ପ୍ରଥମ କ୍ରିକେଟର, ଯିଏ ଡିପ୍ରେସନର ମୁକାବିଲା କରୁଛନ୍ତି। ଜଣେ ହିରୋଇନଙ୍କୁ ବିବାହ କରିବାର ଏହା ହେଉଛି ଫଳାଫଳ । ସେ ନିଶ୍ଚୟ ତାଙ୍କ ମନରେ ପକାଇଥିବେ ଯେ ସେ ଡିପ୍ରେସନର ଶିକାର ହେଉଛନ୍ତି ।

KRK ଙ୍କ ଏହି ଟ୍ବିଟ୍ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ୟୁଜର୍ସମାନେ ଏହା ଉପରେ କମେଣ୍ଟ ମଧ୍ୟ କରୁଛନ୍ତି। ଏହି ଟ୍ୱିଟ୍ ଯୋଗୁଁ ଅଧିକାଂଶ ସୋସିଆଲ୍ ମିଡିଆ ୟୁଜର୍ସ KRK କୁ ଟ୍ରୋଲ କରୁଛନ୍ତି। ଏହା ବ୍ୟତୀତ କେତେକ ବିରାଟ ଏବଂ ଅନୁଷ୍କାଙ୍କ ପ୍ରଶଂସକମାନେ ମଧ୍ୟ KRK ପାଇଁ ଅଶ୍ଳୀଳ ଶବ୍ଦ ବ୍ୟବହାର କରୁଛନ୍ତି।

Related Posts