ହାଇକୋର୍ଟରେ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲା

କଟକ- ହାଇକୋଟରେ ପହଂଚିଲା ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ତଳକୋର୍ଟର ରାୟକୁ ଚ୍ୟାଲେଂଜ କରି ହାଇକୋର୍ଟରେ ଅପିଲ କରିଛି କ୍ରାଇମବ୍ରାଂଚ । ମାମଲାର ବିଚାର କରି ଦୋଷୀକୁ ଦଣ୍ଡ ଦେବାକୁ କ୍ରାଇମବ୍ରାଂଚ ଅପିଲ କରିଛି । ଡିସେମ୍ବର ୨୪ ତାରିଖରେ ଏହି ମାଲାରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଶୁଣାଣି କରି ୨ ଅଭିଯୁକ୍ତକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ । ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ଅଭିଯୁକ୍ତ ଖାଲାସ୍ ହୋଇଥିଲେ । ଏହାକୁ ନେଇ ବେଶ ଆଲୋଡନ ସୃଷ୍ଟି ହୋଇଥିବା ବେଳେ କ୍ରାଇମବ୍ରାଂଚ ଉପର କୋର୍ଟକୁ ଯିବ ବୋଲି କହିଥିଲା ।

୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ପିପିଲି ଥାନା ଅର୍ଜୁନଗୋଦା ଗାଁର ଦଳିତ ନାବାଳିକାକୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା ଉଦ୍ୟମ ହୋଇଥିଲା । ଚିକିତ୍ସାଧିନ ଅବସ୍ଥାରେ ପିଡୀତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ କୃଷିମନ୍ତ୍ରୀ ଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଦୁଇ ଦୁଇ ଥର ଇସ୍ତଫା ଦେବାକୁ ପଡିଛି । କ୍ରାଇମବ୍ରାଂଚ ଓ ତଦନ୍ତକାରୀ ଅଧିକାରୀଙ୍କ ଅପରାଗତା ପାଇଁ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଥିବା ଅଭିଯୋଗ ଉଠିଥିବା ବେଳେ ଏହି ଘଟଣାର ସିବିଆଇ ତଦନ୍ତ ଦାବୀ ହୋଇଛି ।

Related Posts