ଓଡ଼ଗାଁରେ ଅଘଟଣ: 2 ଜଣଙ୍କୁ ମାରିଲା ମାନସିକ ବିକୃତ, ସରକାର ଦେବେ ସହାୟତା ରାଶି

ନୟାଗଡ଼ ଓଡ଼ଗାଁରେ ମାନସିକ ବିକୃତ ବ୍ୟକ୍ତିର ଉନ୍ମତ୍ତ କାଣ୍ଡ । ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ନୟାଗଡ଼ ଏବଂ ଓଡ଼ଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଦୁଇଜଣ ହେଲେ ଓଡ଼ଗାଁର ମଦନି ପ୍ରଧାନ ଓ ତ୍ରିଲୋଚନ ସେଠୀ । ଓଡ଼ଗାଁ ବଜାରରେ ରାତ୍ରି ଜଗୁଆଳି ଥିଲେ ତ୍ରିଲୋଚନ ସେଠୀ । ସେହିପରି ଏକ କ୍ଲିନିକ୍‌କୁ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ମଦନି ପ୍ରଧାନ । ପ୍ରତିବାଦରେ ଓଡ଼ଗାଁ ସିନେମା ହଲ୍‌ ଛକରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ ।

ତେବେ ଆକ୍ରମଣକାରୀକୁ କାବୁ କରିଛି ଓଡ଼ଗାଁ ପୋଲିସ । ତେବେ ଆକ୍ରମଣକାରୀକୁ ଧରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଆକ୍ରମଣକାରୀର ଆକ୍ରମଣରେ ଓଡ଼ଗାଁ ଆଇଆଇସି ସମେତ କିଛି ପୋଲିସ କର୍ମଚାରୀ ବି ଆହତ ହୋଇଛନ୍ତି । ଶେଷରେ ପୋଲିସ ତାକୁ କାବୁ କରି ଚିକିତ୍ସାପାଇଁ ପଠାଯାଇଛି । ଅନ୍ୟପଟେ ସେହି ମାନସିକ ବିକୃତ ବ୍ୟକ୍ତିଙ୍କ ଆକ୍ରମଣ ଘଟଣାରେ ଗୁରୁତର ହୋଇଥିବା ଗର୍ଭବତୀ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସେପଟେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Related Posts