କ୍ରାଇମ୍‌ ବ୍ରାଞ୍ଚକୁ ସଫଳତା: ଶିଶୁ ବିକ୍ରୀ ଗ୍ୟାଙ୍ଗର ୭ ଗିରଫ

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟରେ ଏବେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ଶିଶୁ ଚୋରି । ସାଧାରଣ ପୋଷାକ ରେ ଚୋର ମାନେ ଆସି ଶିଶୁ ମାନଙ୍କୁ ଚୋରି କରି ବିକ୍ରୀ କରିଦେଉଛନ୍ତି । ଅନେକ ସମୟରେ ଯାହାର ଟେର ପାଉନି ପୋଲିସ। ତେବେ ଦିଲ୍ଲୀରେ ନବଜାତକଙ୍କୁ ଚୋରି କରି ବିକୁଥିବା ଏକ ଗ୍ୟାଙ୍ଗ୍‌କୁ ଧରିବାରେ ସକ୍ଷମ ହୋଇଛି କ୍ରାଇମ୍‌ ବ୍ରାଞ୍ଚ ପୋଲିସ।

ସୋମବାର କ୍ରାଇମ୍‌ ବ୍ରାଞ୍ଚ ଉତ୍ତମନଗରରୁ ୭ଜଣଙ୍କୁ ଗିରଫ କରିଛି। ଏଥିରେ ୫ଜଣ ମହିଳା ଓ ୨ଜଣ ପୁରୁଷ ସାମିଲ ଥିବା ଜଣାପଡ଼ିଛି। ସେମାନେ ହେଲେ ବବୁଲ ଶାହା, ବର୍ଖା, ବୀଣା, ମଧୁ ଶର୍ମା, ଜ୍ୟୋତି, ପଓ୍ବନ ଏବଂ ସଲ୍‌ମୀ ଦେବୀ।

ଏହି ରାକେଟ ସମ୍ପର୍କରେ ସୂଚନା ପାଇ ଡେପୁଟି କମିଶନର ବିଚିତ୍ରବୀର ଅଭିଯୁକ୍ତ ମଧୁ ଶର୍ମାଙ୍କୁ ଯୋଗାଯୋଗ କରିଥିଲେ। ମଧୁ ୬ ଲକ୍ଷ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି କରିବାକୁ ରାଜି ହେବା ପରେ ପୋଲିସ ଟିମ୍‌ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ।

ଏନେଇ ସମସ୍ତଙ୍କୁ ଗିରଫ କରଯାଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ଏହି ଜାଲ କେତେ ବାଟ ଓ କୁଆଡେ କୁଆଡେ ଲମ୍ବିଛି ସେନେଇ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମ୍ ବ୍ରାଞ୍ଚ ।

Related Posts