ଗରିବ ଲୋକଙ୍କ ପ୍ରିୟ ଖାଦ୍ୟ ଚୁଡ଼ା ଓ ମୁଢ଼ି ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରିବା ଦ୍ୱାରା ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କ ସର୍ବନାଶ ହେବ: ନରସିଂହ ମିଶ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦରଦାମ ଵୃଦ୍ଧିକୁ କଂଗ୍ରେସ ପକ୍ଷରୁ ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ଯେଉଁଥିପାଇଁ ଦରଦାମ ବୃଦ୍ଧି ହେଉଥିବା ରାଜ୍ୟ ସରକାର କହୁଛନ୍ତି। ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମିଥିବା ବେଳେ ଦେଶ ତଥା ରାଜ୍ୟରେ ଦର କାମୁନାହିଁ। ଗରିବ ଓ ଧନୀର ତାରତମ୍ୟ ବଢୁଛି। ଗରିବ ଲୋକଙ୍କ ପ୍ରିୟ ଖାଦ୍ୟ ଚୁଡ଼ା ଓ ମୁଢ଼ି ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି। ଏହା ଦ୍ୱାରା ଗରିବ ଓ ନମ୍ନ ମଧ୍ୟବିତ୍ତ ଲୋକଙ୍କ ସର୍ବନାଶ ହେବ । ଏହା ସହ କ୍ଷୀରରେ ୧୨ ପ୍ରତିଶତ ଜିଏସ ଟି ଲାଗୁ କରିବା ଦ୍ୱାରା ପୃଷ୍ଟିକର ଖାଦ୍ୟ ଖାଇବାରୀ ବଞ୍ଚିତ ହେବେ। ରାଜ୍ୟ ସରକାରଙ୍କ କ୍ଷମତା ଅଛି। ଚାହିଁଲେ ଦର କମାଇ ପାରିବେ ବୋଲି ନରସିଂହ କହିଛନ୍ତି।

ଏପଟେ ତାର ପ୍ରସାଦ ବାହିନୀ ପତି କହିଛନ୍ତି ୨୦୧୪ ମସିହାରେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ଥିବାବେଳେ ୨୦୨୨ରେ ଏହା ୧୦୫ ଟଙ୍କାରେ ପହଞ୍ଚିଛି। ସେହିଭଳି ଡିଜେଲ ୫୬ ଟଙ୍କା ଥିବାବେଳେ ଡିଜେଲ ଦର ୧୦୨ ଟଙ୍କା ପାର କରିଛି। ତୈଳ ଦର ବାବଦକୁ କେନ୍ଦ୍ର ସରକାର ଲିଟର ପିଛା ୩୯ଟଙ୍କା ୮୦ ପଇସା ନେଉଛନ୍ତି। ଭାଟ ବାବଦରେ ରାଜ୍ୟ ସରକାର ୨୬ ଟଙ୍କା ଆଦାୟ କରୁଛନ୍ତି। ବଡ଼ ବଡ଼ିଆଙ୍କୁ ସୁରକ୍ଷା ଦେବା ପାଇଁ ଏହି ତୈଳ ଦର ବୃଦ୍ଧି କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts