ମଧ୍ୟପ୍ରଦେଶରେ ଅପରାଧି ଖୋଜା ଅଭିଯାନ: ମଧ୍ୟ ରାତ୍ରୀରେ ଚଢ଼ାଉ କରି ସାରା ରାଜ୍ୟରୁ ୯ ହଜାରରୁ ଅଧିକ ଗିରଫ

ଭୋପାଳ: ମଧ୍ୟପ୍ରଦେଶରେ ମଧ୍ୟ ରାତ୍ରୀରେ ଚାଲିଛି ଅପରାଧି ଖୋଜା ଅଭିଯାନ। ରାଜ୍ୟରେ ଆଇନଶୃଙ୍ଖଳା କାଏମ ରଖିବା ନେଇ ମଧ୍ୟପ୍ରଦେଶ ପୁଲିସ ଆକ୍ସନ ମୁଡ ରେ ରହିଛି । ଶନିବାର ମଧ୍ୟ ରାତ୍ରୀରେ ଚଢ଼ାଉ କରି ସାରା ରାଜ୍ୟରୁ ଅପରାଧିକ ମାମଲା ଥିବା ୯ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଏମାନଙ୍କ ନାଁରେ କିଛି ନା କିଛି ଅପରାଧିକ ମାମଲା ରହିଛି ବୋଲି ରାଜ୍ୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅପରାଧୀଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ୧୭ ହଜାର ପୁଲିସ କର୍ମୀ ମୁତୟନ ହୋଇଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା କାଏମ ରଖିବା ସହିତ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଫେରାର୍ ହୋଇଥିବା ଅପରାଧି, ଖସିଯାଇଥିବା ଅପରାଧିମାନଙ୍କୁ ଧରିବା ଅଭିଯାନର ଉଦ୍ଦେଶ୍ୟ ଥିଲା।

ଏହି ଅପରେସନରେ ବିଭିନ୍ନ ଜୋନ୍‌ରେ ଅତିରିକ୍ତ ଡିଜି, ଡିଆଇଜି,ଏସ୍‌ପି ଏବଂ ଅନ୍ୟ ରାଙ୍କର ଅଫିସରମାନେ ସାମିଲ ଥିଲେ। ଏଥିର ୯ ହଜାର ଅପରାଧିଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ମଧ୍ୟରୁ କିଛି ଫେରାର୍ ଅପରାଧି ବି ରହିଛନ୍ତି। ଗିରଫମାନଙ୍କ ମଧ୍ୟରେ ପାଖାପାଖି ୬ ହଜାର ଅପରାଧିଙ୍କ ନାଁରେ ଗିରଫ ପରୱାନା ଏବେ ବି ପଡ଼ି ରହିଛି।

୨୬୦୦ ସ୍ଥାୟୀ ୱାରେଣ୍ଟ, ପାଖାପାଖି ୧୦୦ ଫେରାର ଓ ୨୦୦ ଅପରାଧିଙ୍କ ମୁଣ୍ଡ ଉପରେ ପୁରସ୍କାର ଘୋଷଣା କରାଯାଇଥିଲା। ସେହିପରି ବିଭିନ୍ନ ଜିଲ୍ଲାରୁ ବହିଷ୍କାର କରାଯାଇଥିବା ଅପରାଧିଙ୍କ ଉପରେ ନଜର ରଖାଯାଇଛି ବୋଲି ମଧ୍ୟପ୍ରଦେଶ ପୁଲିସ କହିଛି

Related Posts