ସନ୍ତରଣ ପ୍ରଶିକ୍ଷଣ ବେଳେ କଟକର ଯୋବ୍ରା ବ୍ୟାରେଜ୍‌ ନିକଟରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ

କଟକ: କଟକର ଯୋବ୍ରା ଆନିକଟରେ ଅଘଟଣ । ବୁଡ଼ି ଯାଇ ପ୍ରାଣ ହରାଇଲେ ଜଣେ ଛାତ୍ର । ମୃତ ଛାତ୍ର ଜଣକ ଜଗତପୁର ଥାନାର ପଶ୍ଚିମକଚ୍ଛ ଅଞ୍ଚଳର ସୋହେଲ ଖାନ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ନିମପୁର ସ୍ପୋର୍ଟ୍ସ କ୍ଳବର ୫୦ରୁ ଅଧିକ ଛାତ୍ର ସନ୍ତରଣ ପ୍ରଶିକ୍ଷଣ ପାଇଁ ମହାନଦୀକୁ ଆସିଥିବା ବେଳେ ସୋହେଲ ବୁଡ଼ି ଯାଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଖୋଜାଖୋଜି ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।

ଘଟଣା ସଂପର୍କରେ ଖବର ପାଇ ଜଗତପୁର ଥାନା ପୁଲିସ ଓ ଅଗ୍ନିଶମ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସୋହେଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଛାତ୍ରମାନେ ସନ୍ତରଣ ପାଇଁ ମହାନଦୀକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି।

ମୃତଦେହକୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇ ସମସ୍ତ ତଦନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର। କେଉଁ ପରିସ୍ଥିତିରେ ବିନା ସତର୍କତାରେ ଏଭଳି ପ୍ରଶିକ୍ଷଣ ଦିଆଯାଉଥିଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

Related Posts