୫୩ ନମ୍ବର ଜାତୀୟ ରାଜପଥ ପାର ହେବା ସମୟରେ ମାଡି ଆସିଲା ମୃତ୍ୟୁ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଦେବଗଡ: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବେଡା ଗ୍ରାମରେ ଅଘଟଣ । ରାସ୍ତା ପାର ହେବା ସମୟରେ ମାଡି ଆସିଲା ମୃତ୍ୟୁ । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଜଣଙ୍କ ହେଲେ ରେଙ୍ଗାଳବେଡା ଗ୍ରାମ ହାଇସ୍କୁଲ ନିକଟସ୍ଥ ଅଞ୍ଚଳର ମାନଗୋବିନ୍ଦ ନାୟକଙ୍କ ପୁଅ ବୈକୁଣ୍ଠ ନାୟକ । ବୈକୁଣ୍ଠ ଓ ତାଙ୍କ ସ୍ତ୍ରୀ ୫୩ ନମ୍ବର ଜାତୀୟ ରାଜପଥ ପାର କରୁଥିବା ବେଳେ ଏକ ରେଡ୍‌ ରଙ୍ଗର କାର ରିଆମାଳ ପଟୁ ଦୃତଗତିରେ ଆସି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ପରିବାର ପକ୍ଷରୁ ଗୁରୁତର ବୈକୁଣ୍ଠଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଦେବଗଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ବୈକୁଣ୍ଠଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ଖବରପାଇ ରିଆମାଳ ଥାନା ପୋଲିସ ଦେବଗଡ ଡାକ୍ତରଖାନାରେ ପହଞ୍ଚି ମୃତଦେହ ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୁର୍ଘଟଣା ପରେ କାରଟି ଘଟଣାସ୍ଥଳରୁ ଫେରାର ମାରିଥିବାବେଳେ ଏ ସମ୍ପର୍କରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରଖାଯାଇଛି ।

Related Posts