
ବାଙ୍କୀ: ବାଙ୍କୀ ନୂଆଗାଁରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା କାଣ୍ଡ । ଏହି ହିଂସାକାଣ୍ଡରେ ୮ଜଣ ଆହତ ହୋଇଛନ୍ତି ।
ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ହିଂସାକାଣ୍ଡରେ ପୂର୍ବତନ ସରପଂଚଙ୍କ ସମେତ ୮ ଜଣ ଆହତ ହୋଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଁଚି ତଦନ୍ତ କରୁଛି। ତେବେ ଏଥିରେ ଜଡ଼ିତ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।
ସୂଚନାଯୋଗ୍ୟ, ଗତ ରାତିରେ ରାଜନୈତିକ ଆକ୍ରୋଶ ରଖି ଗାଁର କିଛି ଯୁବକ ପୂର୍ବତନ ସରପଞ୍ଚଙ୍କ ଘର କବାଟ ବାଡ଼େଇବା ସହ ଗାଳି ଗୁଲଜ କରିଥିଲେ।
ଏନେଇ ପୂର୍ବତନ ସରପଞ୍ଚଙ୍କ ପକ୍ଷରୁ ସେମାନଙ୍କ ନାଁରେ ବାଙ୍କୀ ଥାନାରେ ଏତଲା ଦିଆଯାଇଥିଲା । ଆଜି ସକାଳେ କିଛି ଲୋକ ଆସି ପୂର୍ବତନ ସପଞ୍ଚଙ୍କ ଘର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଏନେଇ ଉଭୟ ଗୋଷ୍ଟି ମଧ୍ୟରେ ସଙ୍ଘର୍ଷ ଦେଖିବାକୁ ମିଳିଥିଲା । ଏଥିରେ ପୂର୍ବତନ ସରପଂଚଙ୍କ ସମେତ 8 ଜଣ ଆହତ ହୋଇଥିଲେ। ତେବେ ବର୍ତମାନ ଆହତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।