ପଞ୍ଜାବ ପେଟ୍ରୋଲ ପମ୍ପରେ ରାଜସ୍ଥାନ ବ୍ୟବସାୟୀଙ୍କ ଭିଡ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଛି। ପେଟ୍ରୋଲ ଏବଂ ଡିଜେଲର ଏଭଳି ଦରବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବିଶେଷ ଭାବେ ପ୍ରଭାବ ପକାଇଛି। ଦରଦାମ କୁ ନେଇ ଅସନ୍ତୋଷ ମଧ୍ୟ ଦେଖା ଦେଉଛି | ଦେଶରେ ଅନେକ ସ୍ଥାନରେ ତେଲ ଦରଦାମ ବୃଦ୍ଧି ଘଟି ୧୧୫ ଟଙ୍କା ଉପରେ ରହିଛି |

ସେପଟେ ପଞ୍ଜାବର ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ପ୍ରବଳ ଭିଡ | ଡ୍ରମ୍ ଡ୍ରମ୍ ତେଲ ବୋହି ନେଉଛି ପଡୋଶୀ ରାଜ୍ୟ । ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଲୋକେ ଘାଂଟି ହେଉଥିବା ବେଳେ ପଞ୍ଜାବରୁ ଆସିଛି ଏପରି ଚିତ୍ର । ରାଜ୍ୟ ସୀମା ଡେଇଁ ରାଜସ୍ଥାନର ବ୍ୟବସାୟୀ ଟ୍ରକ୍ ଲଗାଇ ପେଟ୍ରୋଲ ବୋହି ନେଉଛନ୍ତି ।

୧୦ରୁ ୧୫ ଟଙ୍କା କମରେ ପେଟ୍ରୋଲ ମିଳୁଥିବାରୁ ପଞ୍ଜାବର ପେଟ୍ରୋଲ ପମ୍ପରେ ରାଜସ୍ଥାନ ବ୍ୟବସାୟୀଙ୍କ ଭିଡ ଜମୁଛି । ରାଜସ୍ଥାନରେ ଗତକାଲି ପେଟ୍ରୋଲ ୧୨୨ ଟଙ୍କା ୮୯ ପଇସା ରହିଥିବା ବେଳେ ଡିଜେଲ ୧୦୫ ଟଙ୍କା ୩୧ ପଇସା ରହିଥିଲା । ଯାହାକି ରାଜସ୍ଥାନ ଅପେକ୍ଷା ୧୦ ଟଙ୍କା କମ୍ । ତେଣୁ ନିଜର ଫାଇଦା ପାଇଁ ରାଜସ୍ଥାନର ବ୍ୟବସାୟୀ ପଞ୍ଜାବରୁ ଆସି ଟ୍ରକ୍ ଲଗାଇ ଡ୍ରମ୍ ଡ୍ରମ୍ ତେଲ ବୋହି ନେଉଛନ୍ତି ।

Related Posts